www.samajalive.in
Sunday, December 7, 2025
16.1 C
Bhubaneswar

ଭିଡିଓରେ ଦେଖନ୍ତୁ, କିପରି ଏକ ପରିତ୍ୟକ୍ତ କୂଅରୁ ବିଲେଇ ଛୁଆକୁ ଉଦ୍ଧାର କଲା କୁନି ମାଙ୍କଡ଼ ?

ସମାଜ ଡିଜିଟାଲ ଡେସ୍କ: କୌଣସି ଗର୍ତ୍ତ ହେଉ କି ବିପଦପୂର୍ଣ୍ଣ ସ୍ଥାନ, ଯଦି କେହି ସେଠାରେ ଫଶିଯାଆନ୍ତି, ତେବେ ମଣିଷ ସେମାନଙ୍କୁ ଉଦ୍ଧାର କରିଥାଏ। ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅବସ୍ଥାରେ ଉଦ୍ଧାରକାର୍ଯ୍ୟ ହୋଇଥାଏ। କେଉଁଠି ଜୀବଜନ୍ତୁଙ୍କୁ ତ ଆଉ କେଉଁଠି ମଣିଷକୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିଥାଆନ୍ତି। କିନ୍ତୁ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଥିବା ଏକ ଭିଡିଓ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଭିଡିଓଟି ବି ସେପରି ଶିକ୍ଷଣୀୟ ହୋଇଛି। କାରଣ ଏକ ପରିତ୍ୟକ୍ତ କୂଅ ଭିତରେ ପଡ଼ିଯାଇଥିବା ବିଲେଇ ଛୁଆକୁ ଉଦ୍ଧାର କରାଯାଉଛି। ଆଉ ଉଦ୍ଧାର କାର୍ଯ୍ୟରେ ଲାଗିଛି ଏକ ମାଙ୍କଡ଼ ଛୁଆ। କଳେବଳେ କୌଶଳେ ମାଙ୍କଡ଼ ଛୁଆଟି ବିଲେଇଟିକୁ ସେଠାରେ ବାହାର କରିବାରେ ସଫଳ ହୋଇଛି।

- Advertisement -

ଭିଡିଓଟି କେଉଁ ଅଞ୍ଚଳର ତାହା ଜଣାପଡ଼ିନାହିଁ। କିନ୍ତୁ ସାମାଜିକ ଗଣମାଧ୍ୟମ ଏକ୍ସ’ରେ ଏହା ଦେଖିବାକୁ ମିଳିଛି। ଏକ ବିଲେଇ ଛୁଆ କୌଣସି ପ୍ରକାରେ ଗୋଟିଏ କୂଅରେ ପଡ଼ି ଯାଇଛି। ବିଲେଇଟି କୂଅରୁ ବାହାରିପାରୁ ନ ଥିବାବେଳେ ଏହାକୁ ଦେଖିଛି ଏକ ମାଙ୍କଡ଼ ଛୁଆ। ଛୁଆ ମାଙ୍କଡ଼ଟି କୂଅ ଭିତରକୁ ପଶିଯାଇ ବିଲେଇକୁ ହାତରେ ଉଠାଇ ବାହାରକୁ ପକାଇବାକୁ ଚେଷ୍ଟା କରୁଛି। କିନ୍ତୁ ପାରୁ ନାହିଁ। ଛୁଆ ମାଙ୍କଡ଼ଟି ପୁଣି ବାହାରକୁ ଆସିଯାଉଛି।


କିଛି ସମୟ ପରେ କୂଅ ଭିତରକୁ ଯାଇ ପୁନର୍ବାର ଉଦ୍ୟମ କରୁଛି। ଏପରି ବାରମ୍ବାର ଉଦ୍ୟମ ପରେ ଆଉ ଏକ ଛୁଆ ମାଙ୍କଡ଼ ସେଠାରେ ପହଞ୍ଚୁଛି। ପ୍ରଥମରୁ ଥିବା ଛୁଆ ମାଙ୍କଡ଼ଟି ସେହି ମାଙ୍କଡ଼ର ସହାୟତା ଲୋଡୁଛି। କିନ୍ତୁ ୨ୟ ମାଙ୍କଡ଼ ସେଠାରୁ ପଳାଇଯାଉଛି। ଏହି ସମୟରେ ପ୍ରଥମ ମାଙ୍କଡ଼ ୨ୟ ମାଙ୍କଡ଼କୁ ବିଲେଇ ଛୁଆକୁ ଉଦ୍ଧାର କରିବାକୁ ଭିଡି ଧରୁଛି। ହେଲେ ୨ୟ ମାଙ୍କଡ଼ଟି ସେଠାରୁ ଚାଲିଯାଉଛି।

କିଛି ସମୟ ପରେ ନିକଟରେ ଏକ ଝିଅଟିଏକୁ ଦେଖି ମାଙ୍କଡ଼ ତା’ର ସହାୟତା ନେଉଛି। ଆଉ ସେହି ଝିଅଟି ପୋତି ହୋଇଯାଇଥିବା କୂଅରେ ପଶି ବିଲେଇ ଛୁଆକୁ ଉଦ୍ଧାର କରି ବାହାରଖୁ ଆଣିଛି। ଏହା ପରେ ମାଙ୍କଡ଼ ଛୁଆ ଏବଂ ଉକ୍ତ ଝିଅ ବିଲେଇ ଛୁଆର ଯତ୍ନ ନେଉଛନ୍ତି। ମାଙ୍କଡ଼ଟି ପାଇଁ ବିଲେଇ ଛୁଆର ଜୀବନ ବଞ୍ଚି ଯାଇଛି। ଭିଡିଓଟିର ଶୀର୍ଷକ (କ୍ୟାପସନ) ରହିଛି ‘ରେସକ୍ୟୁ ଅପରେସନ ଅଫ ଦ  ସେଞ୍ଚୁରୀ’ ଅର୍ଥାତ ‘ଶତାବ୍ଦୀର ଉଦ୍ଧାର କାର୍ଯ୍ୟ’।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories