www.samajalive.in
Wednesday, December 10, 2025
26.1 C
Bhubaneswar

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଚାରି ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି । ସେଠାରେ ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ର ମନ୍ତ୍ରୀ ମାନଙ୍କୁ ସାକ୍ଷାତ କରିବା ସହ ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଶ୍ରୀ ପାତ୍ର ଦିଲ୍ଲୀସ୍ଥିତ ରେଳ ଭବନରେ ଭେଟିବା ସହ ରାଜ୍ୟରେ ରେଳ ଯୋଗାଯୋଗ ସୁଦୃଢ଼ୀକାରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ।

ଢେଙ୍କାନାଳ ରୁ ଯୋରନ୍ଦା,ଯୋରନ୍ଦା ଠାରୁ କପିଳାସ,କପିଳାସ ରୁ ଯାଜପୁର ରୋଡ(ଇସ୍ପାତ ନଗର) ସହ ରେଳ ସଂଯୋଗ ବ୍ୟବସ୍ଥା କରିବା ପାଇଁ ଅବଗତ କରାଇଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନ ଓ ଓଡିଶାର ବିକାଶକୁ ତ୍ୱରାନିତ କରିବା ପାଇଁ ସମର୍ପିତ ଓ ନିଶ୍ଚିତ ଭାବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ୱାବ୍ୟବଧାନରେ ରାଜ୍ୟରେ ରେଳ ସଂଯୋଗୀକରଣର ଆହୁରି ଉନ୍ନତି ହେବ ବୋଲି ରେଳ ମନ୍ତ୍ରୀ ଅବଗତ କରାଇଥିଲେ ।

- Advertisement -

ଏତଦବ୍ୟତୀତ ଶ୍ରୀ ପାତ୍ର ତାଙ୍କର ଦିଲ୍ଲୀ ଗସ୍ତ ଅବସରରେ କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂଙ୍କୁ ମଧ୍ୟ ସାକ୍ଷାତ କରିବା ସହ ରାଜ୍ୟକୁ ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଆଗକୁ ନେବା ପାଇଁ ଆଲୋଚନା କରିଥିଲେ । ରାଜ୍ୟରେ ସାଇନ୍ସ ସିଟି, ସାଇନ୍ସ ପାର୍କ ଏବଂ ବାୟୋଟେକ୍ନୋଲୋଜି ପାର୍କ ପ୍ରତିଷ୍ଠା ପାଇଁ ମନ୍ତ୍ରୀ ଶ୍ରୀ ପାତ୍ର କେନ୍ଦ୍ରମନ୍ତ୍ରୀ ଡଃ ସିଂଙ୍କ ସହ ଆଲୋଚନା କରିଥିଲେ । ଏଥିସହ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉନ୍ନତିକରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ପଠାଣି ସାମନ୍ତଙ୍କ ଜ୍ୟୋତିବିଜ୍ଞାନ ଉପରେ ଅଧିକ ଗବେଷଣା କରିବା ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ଶ୍ରୀ ପାତ୍ର ଅନୁରୋଧ କରିଥିଲେ ।

ଏ ସମସ୍ତ ଦାବିକୁ ବିଚାରକୁ ନେବା ସହ ରାଜ୍ୟର ଡବଲ ଇଂଜିନ ସରକାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା କ୍ଷେତ୍ରରେ ସମସ୍ତ ସହଯୋଗ ପ୍ରଦାନ କରାଯିବା ନେଇ କେନ୍ଦ୍ରମନ୍ତ୍ରୀ ପ୍ରତିଶୃତି ଦେଇଥିଲେ । ମନ୍ତ୍ରୀ ଶ୍ରୀ ପାତ୍ର ଉଭୟ କେନ୍ଦ୍ର ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଅବସରରେଫୁଲ ତୋଡ଼ା, ଉପଢୌକନ ଦେଇ ସମ୍ମାନିତ କରିବା ସହ ଜଗନ୍ନାଥଙ୍କ ଫଟୋଚିତ୍ର ଓ ପ୍ରସାଦ ପ୍ରଦାନ କରିଥିଲେ ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories