www.samajalive.in
Monday, December 8, 2025
17.1 C
Bhubaneswar

ଅଗଷ୍ଟ ୧୫ରେ ଇସ୍ରୋ ଉତକ୍ଷେପଣ କରିବ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ

ଡେସ୍କ: ଆସନ୍ତା ସ୍ୱାଧୀନତା ଦିବସରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା-ଇସ୍ରୋ ଏସଏସଏଲଭି ଜରିଆରେ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଉତକ୍ଷେପଣ କରିବ। ମହାକାଶକୁ ପୃଥିବୀ ପର୍ଯ୍ୟବେକ୍ଷଣ ଉପଗ୍ରହ ଉତକ୍ଷେପଣ କରି ଇସ୍ରୋ ସ୍ୱାଧୀନତା ଦିବସ ପାଳନ କରିବ। ଅଗଷ୍ଟ ୧୫ ତାରିଖ ସକାଳ ୯ଟା ୧୭ମିନିଟରେ ଶ୍ରୀହରିକୋଟାରୁ ଉପଗ୍ରହ ଉତକ୍ଷେପଣ ପାଇଁ ଏହି କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ ବ୍ୟବହାର କରାଯିବ। ଇସ୍ରୋ ଦ୍ୱାରା ବିକଶିତ ଏହି କ୍ଷୁଦ୍ର ଉତକ୍ଷେପଣ ଯାନକୁ କମ୍ ଖର୍ଚ୍ଚରେ ଉତ୍ପାଦନ କରାଯାଇପାରିବ, ଏହାର ପରିବର୍ତ୍ତନ ସମୟ କମ୍, ଏକାଧିକ ମାଇକ୍ରୋ ସାଟେଲାଇଟ୍ ରହିପାରିବ ଏବଂ ସର୍ବନିମ୍ନ ଭିତ୍ତିଭୂମି ଆବଶ୍ୟକତା ସହିତ କମ୍ ସମୟ ମଧ୍ୟରେ ଚାହିଦା ଅନୁଯାୟୀ ଉତକ୍ଷେପଣ କରାଯାଇପାରିବ। ଏହା ୫୦୦ କିଲୋଗ୍ରାମର ଉପଗ୍ରହକୁ ୫୦୦ କିଲୋମିଟର କକ୍ଷପଥକୁ ନେଇ ଯାଇପାରିବ। ପ୍ରଦର୍ଶନ ଉଡ଼ାଣ ସଫଳ ହେବା ପରେ ଏହାକୁ ଉତ୍ପାଦନ ପାଇଁ ଘରୋଇ କ୍ଷେତ୍ରକୁ ହସ୍ତାନ୍ତର କରାଯିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories