www.samajalive.in
Monday, December 8, 2025
20.1 C
Bhubaneswar

ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ଆବଶ୍ୟକତା ଉପକରଣ ଚିହ୍ନଟ ଶିବିର

ସୁଆଣ୍ଡୋ : ସତ୍ୟବାଦୀ ବ୍ଲକ ସ୍ଥିତ ମିଶନଶକ୍ତି ସଭାଗୃହରେ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନଙ୍କ ଆବଶ୍ୟକତା ରହିଥିବା ଉପକରଣ ସଂପର୍କରେ ଚିହ୍ନଟ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି  । ଏହି ଶିବିରକୁ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ଉଦ୍ଘାଟନ କରିଥିଲେ  । ଭାରତୀୟ ନ୍ୟାୟ ଓ ସାମାଜିକ ଅଧିକାରିତା ମନ୍ତ୍ରଣାଳୟ ପକ୍ଷରୁ ଏହି କାର୍ଯକ୍ରମ ଆୟୋଜନ କରାଯାଇଥିଲା  । ବ୍ଲକର ୨୪ ପଞ୍ଚାୟତରୁ ୪ଶହରୁ ଅଧିକ ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ  । ମନ୍ତ୍ରଣାଳୟ ପକ୍ଷରୁ ଚିହ୍ନଟ ହୋଇଥିବା ବ୍ୟକ୍ତି ମାନଙ୍କୁ ଆଶାବାଡି, ଟ୍ରାଇ ସାଇକେଲ, ଶ୍ରବଣ ଯନ୍ତ୍ର, ବେଟେରି ଚାଳିତ ଯାନ ,  ହୁଇଲ ଚେୟାର   ଆଦି ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି  ।  ଭୁବନେଶ୍ୱରର  ଆଲମିକୋ ( ଏଏଲଆଇଏମ୍ ସିକୋ ) ପକ୍ଷରୁ ଡା ଗୁରୁଦତ୍ତ ଲେଙ୍କା, ଡା ବିଶ୍ୱରଞ୍ଜନ ପ୍ରୁଷ୍ଟି ଓ ଡା ଜିତେନ୍ଦ୍ର କୁମାର ସାହୁ ଦିବ୍ୟାଙ୍ଗ ଓ ବରିଷ୍ଠଙ୍କୁ ଚିହ୍ନଟ କରିବା ଓ କାଗଜାତ ମାନ ପରୀକ୍ଷା ନୀରିକ୍ଷା କରିଥିଲେ  । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୋନିକା ଦାସ ଓ ସହକର୍ମୀ ଶ୍ରୀଲକ୍ଷ୍ମୀ ବେହେରା ସଂଯୋଜନା କରିଥିଲେ  । ପ୍ରଭାତ ଚନ୍ଦ୍ର ସାମନ୍ତରାୟ ଓ ଅଙ୍ଗନବାଡି କର୍ମୀମାନେ ସହଯୋଗ କରିଥିଲେ  ।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories