www.samajalive.in
Tuesday, December 9, 2025
16.1 C
Bhubaneswar

ଭାରସାମ୍ୟ ହରାଇ ଓଲଟିଲା କାର, ଗୋଟିଏ ପରିବାରର ୪ ଗୁରୁତର

କଲ୍ୟାଣସିଂହପୁର : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତର ଗୁରୁତୁଲୀ ଓ କଣ୍ଡାକରା ଗ୍ରାମ ମଝିରେ  ଭାରସାମ୍ୟ ହରାଇ ଓଲଟିଲା କାର। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ଚାରି ଜଣ ଗୁରୁତର ହୋଇଛନ୍ତି। କାଶୀପୁର ସଦରରୁ ଗୌଡ଼ ସାହିର ହରିଶ୍ଚନ୍ଦ୍ର ଗୌଡ଼ ନିଜସ୍ବ ଗାଡିରେ ଦୁଇ ଝିଅ ସହ ସ୍ୱାମୀ ସ୍ତ୍ରୀ ବାହାରି କଲ୍ୟାଣସିଂହପୁର ବ୍ଲକ ସେରିଗୁମ୍ମା ପଞ୍ଚାୟତର ଲକାପାଇ ଗ୍ରାମକୁ ଯାଉଥିଲେ। ନିଜେ ହରିଶ୍ଚନ୍ଦ୍ର ଗାଡି ଚାଳନା କରି ଆସୁଥିବା ବେଳେ ଗୁରୁତୁଲୀ ଓ କଣ୍ଡାକରା ଗ୍ରାମ ମଝିରେ ଦୁର୍ଘଟଣା ହୋଇଥିଲା। ଅଞ୍ଚଳର କିଛି ଲୋକ ଦେଖି ରୋଗିବୁହା ଗାଡିକୁ ଯୋଗାଯୋଗ କରିଥିଲେ। ଗାଡି ଉପଲବ୍ଧ ନଥିବାରୁ ପୁଲିସକୁ ସୂଚନା ଦେଇଥିଲେ। ଉକ୍ତ ଘଟଣାର ଖବର ପାଇ ଥାନା ଅଧିକାରୀ ନୀଳକଣ୍ଠ ବେହେରା ମାନବିକତା ଦେଖାଇ ପୁଲିସ ଗାଡ଼ିରେ ୪ଜଣ ଆହତଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଠାରେ ଡାକ୍ତର ପ୍ରମୋଦ କୁମାର ମିଶ୍ର ପ୍ରାଥମିକ ଚିକିତ୍ସା କରି ରାୟଗଡ଼ା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଛନ୍ତି।

ଏଣିକି ଏଟିଏମରୁ ମିଳିବ ଚାଉଳ; ରାଜଧାନୀରେ ଖୋଲିଲା ରାଜ୍ୟର ପ୍ରଥମ ଚାଉଳ ଏଟିଏମ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories