କଟକ: ବର୍ଷାରେ ବୁଡିଲା ଭଟ୍ଟାରିକା। କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ବେଢାରେ ପଶିଛି ମହାନଦୀର ବନ୍ୟା ଜଳ। ଦୁଇ ଦିନର ଲଗାଣ ବର୍ଷା ପରେ ମନ୍ଦିର ବେଢାରେ ବର୍ଷା ପାଣି ଲହଡି ଭାଙ୍ଗୁଛି। ଆଜି ସକାଳଠାରୁ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି। ଯଦିଓ ଠାକୁରାଣୀ ଜଳବନ୍ଦୀ ହୋଇନାହାନ୍ତି , ତଥାପି ଆବଶ୍ୟକ ହେଲେ ମନ୍ଦିର ପାଖରେ ଥିବା ରୋଷ ଘରକୁ ମାଆଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମା’ଙ୍କ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି। ମନ୍ଦିରରେ ମାଆଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
Popular Categories



