ଦେଓଗାଁ: ଦେଓଗାଁ ଥାନା ନୂଆପଲି ଗାଁରେ ଅଘଟଣ। ଗାଁର ଜଣେ ବୃଦ୍ଧ ଆଜି ଶୌଚ ହେବା ଲାଗି ନଦୀକୁ ଯାଇଥିବାବେଳେ ପାଣିରେ ଭାସି ଯାଇଥିଲେ। ଲଘୁଚାପ ଜନିତ ବର୍ଷା ଯୋଗୁଁ ନୂଆପାଲି ସ୍ଥିତ କେଉଁଟି ଜୋର ରେ ଅଧିକ ପାଣି ପ୍ରବାହିତ ହେଉଛି। ଶୌଚ ହେବା ଲାଗି ଘାସିରାମ ବିଶ୍ୱାଳ ଯାଇଥିବାବେଳେ ପ୍ରଖର ସ୍ରୋତରେ ଭାସି ଯାଇଥିବା ଅନୁମାନ କରାଯାଉଛି। ଏନେଇ ପରିବାର ଲୋକେ ଖବର ଦେବା ପରେ ଓଡ୍ରାଫ୍ଟ ଟିମ ପହଞ୍ଚି ଖୋଜାଖୋଜି ଜାରି ରଖିଛନ୍ତି।
Popular Categories



