www.samajalive.in
Sunday, December 7, 2025
15.1 C
Bhubaneswar

ବିଡ଼ି ଓ ଖଣି ଶ୍ରମିକ ପିଲାଙ୍କ ପାଇଁ ଛାତ୍ରବୃତ୍ତି ଆବେଦନ

ଡେସ୍କ: କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ବିଡ଼ି, ସିନେ ଓ ଖଣି (କୋଇଲା ବ୍ୟତୀତ) ଶ୍ରମିକଙ୍କ ପିଲାମାନଙ୍କ ପାଇଁ ବାର୍ଷିକ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ଆଗ୍ରହୀ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଠାରୁ ଯୋଜନା ପାଇଁ ଆବେଦନ ଆହ୍ୱାନ କରାଯାଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଗଷ୍ଟ ୩୧ ତାରିଖ ସୁଦ୍ଧା ଏବଂ ଏକାଦଶରୁ ଊର୍ଦ୍ଧ୍ୱ ଶ୍ରେଣୀର ଛାତ୍ରଛାତ୍ରୀ ୩୧ ଅକ୍ଟୋବର ସୁଦ୍ଧା ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ୍ https://scholarships.gov.inରେ ଆବେଦନ କରିପାରିବେ।

ଛାତ୍ରବୃତ୍ତି ବାବଦରେ ପ୍ରଥମରୁ ଚତୁର୍ଥ ଶ୍ରେଣୀ ପିଲା ବାର୍ଷିକ ୧ ହଜାର ଟଙ୍କା, ପଞ୍ଚମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ୧ ହଜାର ୫୦୦ ଟଙ୍କା, ନବମ ଓ ଦଶମ ଶ୍ରେଣୀ ପିଲା ୨ ହଜାର ଟଙ୍କା ଏବଂ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପିଲା ୩ ହଜାର ଟଙ୍କାର ଛାତ୍ରବୃତ୍ତି ପାଇବେ। ସେହିପରି ଆଇଟିଆଇ, ପଲିଟେକ୍ନିକ୍, ବିଏସସି ଏଗ୍ରିକଲଚର୍ ସମେତ ସ୍ନାତକ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ୬ ହଜାର ଟଙ୍କା ଲେଖାଏଁ ବାର୍ଷିକ ଛାତ୍ରବୃତ୍ତି ମିଳିବ। ପେସାଦାର ପାଠ୍ୟକ୍ରମ ପାଇଁ ୨୫ ହଜାର ଟଙ୍କାର ଛାତ୍ରବୃତ୍ତି ନିର୍ଦ୍ଧାରଣ କରାଯାଇଛି। ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଏହିସବୁ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ।

- Advertisement -

ମାସିକ ଦଶ ହଜାର ଟଙ୍କାରୁ କମ୍ ଆୟ କରୁଥିବା ବିଡ଼ି ଶ୍ରମିକ, ଲୁହାପଥର, ମାଙ୍ଗାନିଜ୍, କ୍ରୋମ୍ ଖଣି, ଚୂନପଥର, ଡେଲୋମାଇଟ୍ ଖଣିର ଶ୍ରମିକ ଏବଂ ୮ ହଜାର ଟଙ୍କାରୁ କମ୍ ରୋଜଗାର କରୁଥିବା ସିନେ ଶ୍ରମିକଙ୍କ ପିଲାମାନେ ଏହି ଛାତ୍ରବୃତ୍ତି ପାଇଁ ଯୋଗ୍ୟ ଅଟନ୍ତି। ଆଗ୍ରହୀ ଛାତ୍ରଛାତ୍ରୀ ଏବଂ ଅଭିଭାବକ ସେମାନଙ୍କର ସ୍ୱତନ୍ତ୍ର ମୋବାଇଲ୍ ନମ୍ବର, ଫଟୋ, ଶ୍ରମିକଙ୍କ ପରିଚୟପତ୍ର, ବ୍ୟାଙ୍କ ପାସ୍ ବୁକ୍ ବିବରଣୀ, ପୂର୍ବ ଶିକ୍ଷାବର୍ଷର ମାର୍କଶିଟ୍ କିମ୍ବା ସାର୍ଟିଫିକେଟ୍, କ୍ଷମତାପ୍ରାପ୍ତ ରାଜସ୍ୱ କର୍ତ୍ତୃପକ୍ଷଙ୍କ ଠାରୁ ମିଳିଥିବା ଆୟ ପ୍ରମାଣପତ୍ର ସହିତ ବୃତ୍ତି ଯୋଜନା ପାଇଁ ଆବେଦନ କରିପାରିବେ। ହିତାଧିକାରୀ ଛାତ୍ରଛାତ୍ରୀଙ୍କର ସ୍ୱତନ୍ତ୍ର ବ୍ୟାଙ୍କ ଏକାଉଣ୍ଟ ଥିବା ଆବଶ୍ୟକ। ଡିବିଟି ଜରିଆରେ ବ୍ୟାଙ୍କ ଏକାଉଣ୍ଟକୁ ସିଧାସଳଖ ଅର୍ଥ ହସ୍ତାନ୍ତର କରାଯିବ। ଏ ସମ୍ପର୍କରେ ଅଧିକ ବିବରଣୀ ପାଇଁ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଶ୍ରମିକ କମିଶନରଙ୍କ କାର୍ଯ୍ୟାଳୟ ଏବଂ ବଡ଼ବିଲସ୍ଥିତ ଉପକଲ୍ୟାଣ କମିଶନରଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇ ପାରିବ ବୋଲି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories