www.samajalive.in
Saturday, December 6, 2025
26.1 C
Bhubaneswar

ବଜାଜ ଆଣିଲା ନୂଆ ଇ-ସ୍କୁଟର, ଚାର୍ଜ କଲେ ଯିବ ୧୩୬ କି.ମି.

ନୂଆଦିଲ୍ଲୀ : ବଜାଜ ଅଟୋ ନିଜ ଇଲେକ୍ଟ୍ରିକ୍ ଦୁଇ ଚକିଆ ପୋର୍ଟଫୋଲିଓରେ ସାମିଲ ଚେତକ ଇଲେକ୍ଟ୍ରିକ୍ ସ୍କୁଟରର ନୂଆ ଏଡିଶନ ନେଇଆସିଛି । କମ୍ପାନୀ ଏହାକୁ ଚେତକ ୩୨୦୧ ନାଁ ଦେଇଛି । କମ୍ପାନୀ ସୂଚନା ଅନୁସାରେ ଏହି ଇ-ସ୍କୁଟର ଥରେ ଚାର୍ଜ କଲେ ୧୩୬ କିଲୋମିଟର ଯାତ୍ରା କରିପାରିବ । ଏହାର ଏକ୍ସ-ଶୋରୁମ୍ ଦାମ୍ ୧.୩୦ ଲକ୍ଷ ଟଙ୍କା ନିର୍ଦ୍ଧାରିତ କରାଯାଇଛି । ଏହା ପ୍ରାରମ୍ଭିକ ଦାମ୍, ଯାହା ପରେ ୧.୪୦ ଲକ୍ଷ ଟଙ୍କା ହୋଇଯିବ । ଗ୍ରାହକ ଏହାକୁ ଇ-କମର୍ସ ପ୍ଲାଟଫର୍ମ ଆମାଜନରୁ ମଧ୍ୟ କିଣିପାରିବେ ।

କମ୍ପାନୀ ଏହାର ଲୁକରେ ସାମାନ୍ୟ ପରିବର୍ତ୍ତନ କରିଛି । ଏହା କେବଳ କଳା ରଙ୍ଗରେ ଉପଲବ୍ଧ ହେବ । ଏଥିରେ ଆଇପି ୬୭ ରେଟିଂ ମିଳିଥାଏ ଯାହା ଜଳରୋଧୀ ହୋଇଥାଏ । ଇ-ସ୍କୁଟରରେ ବ୍ଲୁଟୁଥ୍ କନେକ୍ଟିଭିଟି, ଚେତକ ଆପ୍, ଟିଏଫଟି ଡିସପ୍ଲେ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଆଦି ଫିଚର୍ସ ସାମିଲ । ଏଥିରେ ଡିସ୍କ ବ୍ରେକ୍, ଆଲୟ ହ୍ବିଲ୍, ଏଲଇଡି ଲାଇଟ, ଟେଲିସ୍କୋପିକ୍ ଫ୍ରଣ୍ଟ୍ ସସପେନ୍ସନ, ରହିଛି । ଏଥିରେ ଟର୍ଣ୍ଣ ବାଏ ଟର୍ଣ୍ଣ ନେଭିଗେସନ, ମ୍ୟୁଜିକ୍ କଣ୍ଟ୍ରୋଲ, କଲ୍ ଆଲର୍ଟ, ଟିଏଫଟି ଡିସପ୍ଲେ ମିଳିବ ।

- Advertisement -

ଏଥିରେ ୩.୨ କେଡବ୍ଲୁଏଚର ବ୍ୟାଟେରୀ ପ୍ୟାକ୍ ମିଳିଥାଏ ଯାହାକୁ ଥରେ ଚାର୍ଜ କଲେ ୧୩୬ କିଲୋମିଟର ଯାତ୍ରା କରିପାରିବ । ଫୁଲ ଚାର୍ଜ ହେବା ପାଇଁ ୫.୩୦ ଘଣ୍ଟା ସମୟ ଲାଗିବ । ଏହାର ସର୍ବାଧିକ ସ୍ପିଡ୍ ୭୩ କିଲୋମିଟର ପ୍ରତି ଘଣ୍ଟା । ଏଥର ରିଜ୍ଟା ଜେଡ୍, ଓଲା ଏସ୍ ଓ୍ବାନ୍ ପ୍ରୋ ଏବଂ ଟିଭିଏସ୍ ଆଇକ୍ୟୁବ୍ ସହିତ ଏହାର ମୁକାବିଲା ହେବ ।

ପ୍ୟାରିସ ଅଲିମ୍ପିକ୍ସ ; ଫାଇନାଲରେ ପହଞ୍ଚିଲେ ନୀରଜ

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories