www.samajalive.in
Wednesday, December 10, 2025
18.1 C
Bhubaneswar

ଜନ୍ମପୀଠ ଶ୍ରୀରାମଚନ୍ଦ୍ରପୁରରେ ପଣ୍ଡିତ ନୀଳକଣ୍ଠଙ୍କର ଜୟନ୍ତୀ 

ସୁଆଣ୍ଡୋ : ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଶାସନରେ ଓଡିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ହରିହର ପରିଷଦ ମିଳିତ ଆନୁକୂଲ୍ୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କର ୧୪୦ତମ ଜୟନ୍ତୀ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଓଡ଼ିଶାର ବିଭିନ୍ନ ଅଞ୍ଚଳର କବି ଓ କବୟିତ୍ରୀମାନେ ଯୋଗଦେଇ ପଣ୍ଡିତ ନୀଳକଣ୍ଠଙ୍କର ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ। ଆୟୋଜିତ ସଭାରେ ସତ୍ୟବାଦୀ ଦାଶ  ପୌରୋହିତ୍ୟ କରିଥିବା ବେଳେ  ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି  ପ୍ରସନ୍ନ କୁମାର ସ୍ୱାଇଁ ମୁଖ୍ୟ ଅତିଥି, ସାହିତ୍ୟିକ ଜ୍ଞାନ ରଞ୍ଜନ ପଣ୍ଡା ସମ୍ମାନିତ ବକ୍ତା ଏବଂ ସମ୍ମାନିତ ଅତିଥି ଭାବରେ ସାହିତ୍ୟିକା ପ୍ରତିମା ରାଣୀ ମିଶ୍ର ଯୋଗଦେଇ ନୀଳକଣ୍ଠଙ୍କର ଓଡ଼ିଆ ଜାତି ପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ।

ବନ୍ଦନା ସାହିତ୍ୟ ସଂସଦଦ୍ୱାରା ଆୟୋଜିତ କବି ସମିଳନୀରେ କବି ଅଭିମନ୍ୟୁ ରାୟଗୁରୁ ସୁକାନ୍ତି ଓଝା ପ୍ରଭୃତି ୫୦ରୁ ଉର୍ଦ୍ଧ କବି ଯୋଗ ଦେଇଥିଲେ। ରବିନ୍ଦ୍ରନାଥ ଷଡ଼ଙ୍ଗୀଙ୍କ ପ୍ରକାଶିତ “ବନ୍ଦନା ”ଏବଂ କବି ରତ୍ନାକର ଜେନା ଙ୍କର “ଶ୍ରଦ୍ଧା ସାସ୍ୱତୀ ” ପୁସ୍ତକ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।  ଅନ୍ୟମାନଙ୍କ ମଧ୍ୟରେ ବିଜୟ ପଟ୍ଟନାୟକ , ପ୍ରଫେସର ବୃନ୍ଦାବନ ଚନ୍ଦ୍ର ରଥ,  ପ୍ରଫେସର ଗୀତାଞ୍ଜଳି ମହାପାତ୍ର, ମଞ୍ଜୁଶ୍ରୀ ମିଶ୍ର, ଦିବ୍ୟଲୋଚନ ଭାରୀମାଲ, ସାଧୁଚରଣ ବେହେରା ଯୋଗଦେଇଥିଲେ। ପ୍ରତିଯୋଗିତାରେ ଭଗନେଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତ୍ତରଣ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ପ୍ରମୋଦ କୁମାର ନନ୍ଦ, ମାନସ ତ୍ରିପାଠୀ ପ୍ରମୁଖଙ୍କ ସହିତ  ଆଚାର୍ଯ୍ୟ ହରିହର ଯୁବ ପରିଷଦର ସଦସ୍ୟ ମାନେ ସହଯୋଗ କରିଥିଲେ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories