କୁବେର ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ମାଳ ମାଳ ପ୍ଲଟ୍, ପୁଳା ପୁଳା ସୁନା..
ଭୁବନେଶ୍ୱର : କୁବେର ଯନ୍ତ୍ରୀଙ୍କ ସମ୍ପତ୍ତି ଦେଖି କାବା ଭିଜିଲାନ୍ସ ଅଧିକାରୀ । ପୁଳା ପୁଳା ସୁନା ଏକ ଗହଣା ଦୋକାନର ଭ୍ରମ ସୃଷ୍ଟି କରୁଛି । ସୋମବାର ଭିଜିଲାନ୍ସ ଜାଲରେ ଧରାପଡିଛନ୍ତି କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଅନେକ ସ୍ଥାନରେ ଚଢାଉ କରିଥିଲା । ଏହି ଚଢାଉ ସମୟରେ ଜବତ ହୋଇଥିବା ସୁନାଗହଣା ଓ ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍ କାବା ହୋଇଛନ୍ତି । ପ୍ରଦୀପଙ୍କର ୪୨ରୁ ଅଧିକ ପ୍ଲଟ, ଭୁବନେଶ୍ୱରରେ ୨ଟି ଦାମୀ ଫ୍ଲାଟ୍, ଭଦ୍ରକ ଓ ଭୁବନେଶ୍ୱରରେ ତିନି ମହଲା କୋଠା, ଔଷଧ ଦୋକାନ, ଢେଙ୍କାନାଳରେ କ୍ରସର ୟୁନିଟ୍, ୮୮ ଲକ୍ଷ ଜମା ଟଙ୍କା, ଚାରି ଚକିଆ ଯାନ ସହ ଜେସିବି ଠାବ ହୋଇଛି ।
‘ରଖେ ହରି ତ ମାରେ କିଏ’ – ଭିଡିଓରେ ଦେଖନ୍ତୁ,ଖେଳୁ ଖେଳୁ ନାଳକୁ ଖସି ପଡିଲା ଶିଶୁ, ଆଉ ତା’ପରେ..
ସୁନା ଅଳଙ୍କାର ମଧ୍ୟରେ ହାର, ବ୍ରେସଲେଟ, ମୁଦି, ଚୁଡି, ରୁପା କଏନ ଆଦି ଜବତ ହୋଇଛି। ଭୁବନେଶ୍ୱର ସତ୍ୟନଗର ଘରେ ପହଞ୍ଚି କଟକ ଡିଭିଜନ ଏସପି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛନ୍ତି । ଏହାସହ ତାଙ୍କର କଟକ ବାରବାଟୀ ଷ୍ଟାଡିୟମ କାର୍ଯ୍ୟାଳୟ ସମେତ ଏକକାଳୀନ ୧୨ଟି ସ୍ଥାନରେ ଚଢାଉ କରାଯାଉଛି ।
ଅଗଷ୍ଟରେ ହେବ ୩ଟି ରାଜଯୋଗ : ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍ ମିଳିବ ସବୁକିଛି..
Comments are closed.