www.samajalive.in
Saturday, December 6, 2025
26.1 C
Bhubaneswar

ବିଏସଏନଏଲ ୫ଜି: ସରକାରଙ୍କ ପରୀକ୍ଷଣ ସଫଳ, ଭିଡିଓ କଲ୍‌ କଲେ କେନ୍ଦ୍ରମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ବିଏସଏନଏଲ ୫ଜିକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜେ ବିଏସଏନଏଲ ୫ଜିର ପରୀକ୍ଷଣ କରିଛନ୍ତି ଏବଂ କମ୍ପାନୀ ଏଥିରେ ସଫଳ ହୋଇଛି। ସିନ୍ଧିଆ ନିଜେ ପରୀକ୍ଷଣ କରିବା ପାଇଁ ସେଣ୍ଟର ଫର୍‌ ଡେଭଲପମେଣ୍ଟ ଅଫ୍‌ ଟେଲିମାଟିକ୍ସର(C-DOT)ରେ ପହଞ୍ଚିଥିଲେ। ନୂଆଦିଲ୍ଲୀସ୍ଥିତ କ୍ୟାମ୍ପସରେ ବିଏସଏନଏଲ ୫ଜିର ପରୀକ୍ଷଣ କରାଯାଉଛି। କେନ୍ଦ୍ରମନ୍ତ୍ରୀ ବିଏସଏନଏଲର ୫ଜି ଟେକ୍ନୋଲୋଜି ବ୍ୟବହାର କରି ଏକ ଭିଡିଓ କଲ୍ କରିଥିଲେ। ଏଠାରେ ସେ ୫ଜି ନେଟୱର୍କର କ୍ଷମତା ପରୀକ୍ଷଣ କରିଥିଲେ।

ଏହି ପରୀକ୍ଷଣ ପରେ ଏହା ସ୍ପଷ୍ଟ ହୋଇଗଲା ଯେ, ଖୁବଶୀଘ୍ର ଲୋକଙ୍କ ପାଖରେ ପହଞ୍ଚିବ ବିଏସଏନଏଲ ୫ଜି। କୁହାଯାଇପାରେ ଯେ, ଏହା ଭାରତର ଟେଲିକମ୍ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ଏଥିସହ ଅନ୍ୟ କମ୍ପାନୀଗୁଡ଼ିକ ପାଇଁ ଏହା ଚିନ୍ତାର ବିଷୟ ସାଜିପାରେ।

- Advertisement -

ସେଠାରେ ପହଞ୍ଚିବା ପରେ ସିନ୍ଧିଆ ବୈଜ୍ଞାନିକମାନଙ୍କ ସହ ଏକ ବୈଠକ କରିଥିଲେ ଏବଂ C-DOTରେ ଥିବା ଅନ୍ୟ ଜିନିଷ ବିଷୟରେ ପଚାରି ବୁଝିଥିଲେ। ଦେଶର ବୈଜ୍ଞାନିକ ଏବଂ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞମାନେ ବର୍ତ୍ତମାନ କାହା ଉପରେ କାମ କରୁଛନ୍ତି ସେ ବିଷୟରେ ସୂଚନା ନେଇଥିଲେ। ବିଶ୍ୱ ପ୍ରଯୁକ୍ତିବିଦ୍ୟା ଶିଳ୍ପରେ ଭାରତର ରଣନୀତି ସମ୍ପର୍କରେ ମଧ୍ୟ ସେ ନିଜର ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଭାରତରେ ନୂଆ ଟେକ୍ନୋଲୋଜି ଉପରେ କାମ ଚାଲିଛି ଏବଂ ଦୃଢତାର ସହ କହିଛନ୍ତି ଯେ, ଖୁବ ଶୀଘ୍ର ସମଗ୍ର ବିଶ୍ୱ ଭାରତ ଆଡ଼କୁ ଦୃଷ୍ଟି ଦେବ, ଯେତେବେଳେ ନୂଆ ଟେକ୍ନୋଲୋଜି ଆସିବ।

ଏଥିସହ ୬ଜିକୁ ନେଇ ମଧ୍ୟ ସିନ୍ଧିଆ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୬ଜିକୁ ମଧ୍ୟ ସମଗ୍ର ବିଶ୍ୱରେ ବିକଶିତ କରାଯାଉଛି ଏବଂ ଭାରତ ମଧ୍ୟ ଏହା ଉପରେ ଲଗାତର କାର୍ଯ୍ୟ କରୁଛି। ଏହାର ଅର୍ଥ ଖୁବଶୀଘ୍ର ଲୋକଙ୍କୁ ୬ଜି ନେଟୱର୍କ ମଧ୍ୟ ମିଳିବାକୁ ଯାଉଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories