www.samajalive.in
Monday, December 8, 2025
14.1 C
Bhubaneswar

ଇସ୍ରାଏଲ ଉପରେ ଆଜି ଆକ୍ରମଣ କରିବ ଇରାନ ! ନେତାନ୍ୟାହୁ ଡକାଇ​ଲେ ଜରୁରୀ ବୈଠକ

ସମାଜ ଡିଜିଟାଲ ଡେସ୍କ: ହମାସ ମୁଖ୍ୟ ଇସମାଇଲ ହନିୟା ଏବଂ ହିଜବୁଲ୍ଲା କମାଣ୍ଡର ଫୁଆଦ ଶୁକ୍ରଙ୍କୁ ହତ୍ୟା କରାଯିବା ପରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଗତ ୧ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଇରାନ ନିଜ ସେନାକୁ ନିର୍ଦେଶ ଦେଇସାରିଥିବାବେଳେ ସୋମବାର ଯୁଦ୍ଧ ପାଇଁ ସଜବାଜ ହୋଇଛି। ଆଜି ଇରାନ ଇସ୍ରାଏଲ ଉପରେ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏହାକୁ ଦୃଷ୍ଟି​‌ରେ ରଖି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଜରୁରୀ ବୈଠକ ଡକାଇଛନ୍ତି। ଇରାନ ଆକ୍ରମଣର କଡ଼ା ଜବାବ ଦେବାକୁ ଇସ୍ରାଏଲ ପ୍ରସ୍ତୁତ ଥିବା ନେତାନ୍ୟାହୁ କହିଛନ୍ତି।

ଇସ୍ରାଏଲକୁ ଚାରିପଟୁ ଶତ୍ରୁ ରାଷ୍ଟ୍ର ଘେରି ରହିଛନ୍ତି। ହନିୟାଙ୍କ ହତ୍ୟା ପରେ ହମାସ ଇସ୍ରାଏଲ ଉପରେ ୩ ଦିନ ହେବ ଆକ୍ରମଣ ଆରମ୍ଭ କରିଦେଇଛି। ହିଜବୁଲ୍ଲା ସଂଗଠନ ଲେବାନନରୁ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛି। ଏବେ ଇରାନ ଆକ୍ରମଣ ଆରମ୍ଭ କଲେ ଇସ୍ରାଏଲ ପାଇଁ ବିପଦ ଆହୁରି ବୃଦ୍ଧି ପାଇବ ବୋଲି କୁହାଯାଇଛି।

- Advertisement -

ଆମେରିକା ଗୁଇନ୍ଦା ସୂଚନା ଅନୁସାରେ ଆଜି ଅର୍ଥାତ ଅଗଷ୍ଟ ୫ରେ ଇରାନ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିବାକୁ ଯୋଜନା ରଖିଛି। ଆମେରିକା ବୈଦେଶିକ ମନ୍ତ୍ରୀ ଏଣ୍ଟିନି ବ୍ଲିଙ୍କନ ଜି-୭ ଦେଶଗୁଡ଼ିକୁ ସତର୍କ କରି କହିଛି ଯେ, ଇରାନ ଏବଂ ହିଜବୁଲ୍ଲା ମିଳିତ ଭାବେ ସୋମବାର ଇସ୍ରାଏଳ ଉପରେ ଆକ୍ରମଣ କରିପାରନ୍ତି। ଅନ୍ୟପଟେ ଇସ୍ରାଏଲର ପ୍ରମୁଖ ଖବରକାଗଜ ଟାଇମ୍ସ ଅଫ ଇସ୍ରାଏଲରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସରକାର ଇରାନ ଆକ୍ରମଣର କଡ଼ା ଜବାବ ଦେବାକୁ ନିଜ ସେନାକୁ ନିର୍ଦେଶ ଦେଇସାରିଛନ୍ତି। ରିପୋର୍ଟ ଅନୁସାରେ, ନେତାନ୍ୟାହୁ ଏକ ଜରୁରୀ ବୈଠକ କରିଛନ୍ତି। ବୈଠକରେ ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ମୁଖ୍ୟ ହେଭିଡ ବାର୍ନିୟା, ସିନ ବେଟ୍‌ ପ୍ରମୁଖ ରୋନନ ବାର, ପ୍ରତିରକ୍ଷା ମନ୍ତ୍ରୀ ୟୋବ ଗ୍ୟାଲେଣ୍ଟ ଏବଂ ଆଇଡିଏଫ ମୁଖ୍ୟ ହର୍ଜି ହଲେବୀଙ୍କ ସହିତ ଯୁଦ୍ଧ ରଣନୀତି ଉପରେ ଆଲୋଚନା କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories