www.samajalive.in
Tuesday, December 9, 2025
16.1 C
Bhubaneswar

ଫେରୁଛନ୍ତି କେଦାରନାଥରେ ଫସିଥିବା ଚାରି ଓଡିଆ

ଭୁବନେଶ୍ଵର: କେଦାରନାଥରେ ଫସିଥିବା ୪ ଓଡିଆ ଫେରୁଛନ୍ତି। ଆଜି ସକାଳୁ ଉତ୍ତରାଖଣ୍ଡ ହୃଷିକେଶରୁ ଟ୍ରେନ୍ ଯୋଗେ ଓଡିଶା ଫେରୁଛନ୍ତି। କେନ୍ଦୁଝର ସଦର ଥାନା ଅଞ୍ଚଳ କେମସଡା ଗାଁର ରୁଷିବର ମହାନ୍ତ, ତେଲକୋଇ ଥାନା ଅଞ୍ଚଳର ମହେଶ୍ଵର ପ୍ରଧାନ , କାର୍ତ୍ତିକ ଖିଲାର ଏବଂ ସଦାନନ୍ଦ ସାହୁ ସୁରକ୍ଷିତ ଭାବରେ ଫେରୁଛନ୍ତି। ଗତ ୩୧ ତାରିଖରେ କେଦାରନାଥ ଯାଇ ସେଠାରୁ ଫେରିବାବେଳେ ଚାରି ଜଣ ଫସି ଯାଇଥିଲେ। ଭୂସ୍ଖଳନ ପରେ ରାସ୍ତା ବନ୍ଦ ଥିବା ଯୋଗୁଁ ଶତାଧିକ ଲୋକ ଆଉ ପାହାଡ ତଳକୁ ଓହ୍ଲାଇ ପାରିନଥିଲେ। ଘଟଣା ଜଣାପଡିବା ପରେ ଉତ୍ତରାଖଣ୍ଡ ପ୍ରଶାସନ ପକ୍ଷରୁ ରେସକ୍ୟୁ ଅପରେସନ୍ ଆରମ୍ଭ ହୋଇଥିଲା। ଉତ୍ତରାକାଶୀ ଯାଏଁ ହେଲିକପ୍ଟର ଯୋଗେ ଅଣାଯିବା ପରେ ସେଠାରୁ ତାଙ୍କୁ ସୁରକ୍ଷିତ ଭାବେ ରୁଷିକେଶ ଅଣାଯାଇଛି। ୪ ଓଡିଆ ସୁରକ୍ଷିତ ଖବର ଆସିବା ପରେ ସେମାନଙ୍କ ପରିବାର ଲୋକ ଏବେ ଆଶ୍ଵସ୍ତି ଅନୁଭବ କରୁଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories