www.samajalive.in
Thursday, December 11, 2025
26.1 C
Bhubaneswar

ଭୁଷୁଡି ପଡିଲା ନବନିର୍ମତ ପୋଲର ପ୍ରାଚୀର,

ପିପିଲି:ମଙ୍ଗଳପୁର ଠାରୁ କମାକନ୍ତିଆ ଦେଇ ବଳଙ୍ଗାକୁ ସଂଯୋଗ କରିଥିବା ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରାସ୍ତାରେ ଥିବା ନବନିର୍ମିତ ସଫେଇନାଳୀ ପୋଲର ପାଶ୍ୱର୍ ପ୍ରାଚୀର ଦବି ଯିବା ସହ ଭୁଷୁଡି ପଡିଛି। ଏଥିସହ ପୋଲକୁ ସଂଯୋଗ କରିଥିବା ରାସ୍ତାର ଉଭୟ ପାଶ୍ୱର୍ କାଦୁଅ ଓ ପଙ୍କରେ ଭର୍ତ୍ତି ହୋଇଥିବା ବେଳେ ଲୋକେ ଯାତାୟତରେ ନାନା ସମସ୍ୟାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁଯାଇ, ପିପିଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ଏହି ରାସ୍ତାଟି ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ନିର୍ମିତ ହୋଇଅଛି। ଏହି ସଡକର ଆଠବାଟିଆ ଗ୍ରାମ ନିକଟରେ ଥିବା ସଫେଇନାଳୀ ଉପରେ ଏକ ନୂତନ ପୋଲ ନିର୍ମାଣ କରାଯାଇଛି। ଗତ ଗ୍ରୀଷ୍ମଋତୁରେ ସଫେଇନାଳୀରେ ମାଟି ପୋତାଯାଇ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବା ପରେ ସେଠାରେ ଥିବା ପୁରୁଣା ପୋଲକୁ ଭଙ୍ଗାଯାଇ ଏହି ନୂତନ ପୋଲର ନିର୍ମାଣ ଆରମ୍ଭ କରାଯାଇଥିଲା। ଉକ୍ତ ପୋଲର ଉଭୟ ପାଶ୍ୱର୍କୁ ଲଗାଯାଇ ପାଶ୍ୱର୍ ପ୍ରାଚୀର ନିର୍ମାଣ କରାଯାଇଥିଲା।

- Advertisement -

ତେବେ ସଫେଇନାଳୀରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହେବାରୁ ଅତି ତରବରିଆ ଭାବେ ଅଳ୍ପଦିନ ତଳେ ଉକ୍ତ ସଫେଇନାଳୀ ମଧ୍ୟରୁ ଅସ୍ଥାୟୀ ରାସ୍ତାକୁ ହଟାଯାଇ ଉକ୍ତ ନୂତନ ପୋଲ ଉପରେ ଗାଡିମୋଟର ଚଳାଚଳ କରିବାକୁ ଦିଆଯାଇଥିଲା। ତେବେ ଉକ୍ତ ନୂତନ ପୋଲର ଗୋଟିଏ ପାଶ୍ୱର୍କୁ ଲାଗିଥିବା ରିଙ୍ଗ ୱାଲ୍‌‌ ଦବି ଯାଇଥିବା ବେଳେ ଅନ୍ୟ ପାଶ୍ୱର୍ରେ ଥିବା ଏକ ପ୍ରାଚୀରର ଅଧିକାଂଶ ଅଂଶ ସଫେଇନାଳ ମଧ୍ୟକୁ ଭୁଷୁଡି ପଡିଥିବା ପରିଲକ୍ଷିତ ହୋଇଛି। ଏଥିସହ ଉକ୍ତ ପୋଲକୁ ସଂଯୋଗ କରୁଥିବା ରାସ୍ତାର ଉଭୟ ପାଶ୍ୱର୍ କାଦୁଅ, ପଙ୍କରେ ଭର୍ତ୍ତି ହୋଇଥିବା ବେଳେ ଯାତାୟତରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ଏହି ରାସ୍ତା ଦେଇ ପ୍ରତ୍ୟହ ୧୦ହଜାରରୁ ଉର୍ଦ୍ଧ ବ୍ୟକ୍ତି ମଙ୍ଗଳପୁର, ପିପିଲି ଓ ବଳଙ୍ଗାକୁ ଯାତାୟତ କରୁଛନ୍ତି। କାଦୁଅ ଓ ପଙ୍କରେ ଭର୍ତ୍ତି ଏହି ପୋଲର ଉଭୟ ପାଶ୍ୱର୍ ରାସ୍ତା ଦେଇ ଗାଡି ଚଳାଚଳ କରିବାରେ ବହୁ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି। ସାମାନ୍ୟ ଅସାବଧାନତା ହେଲେ କାଦୁଅରେ ଗାଡିର ଚକା ଖସି ଯାଇ ଲୋକେ ଆହତ ହେଉଥିବା ଅଭିଯୋଗ ହୋଇଛି। ଏଥିଯୋଗୁଁ ବୟସ୍କଙ୍କ ଠାରୁ ଆରମ୍ଭ କରି ସ୍କୁଲ, କଲେଜର ଛାତ୍ରଛାତ୍ରୀ, ରୋଗୀ ଓ ଚାଷୀମାନେ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି। ସ୍କୁଲ ଗାଡି ଓ ରୋଗୀବୁହା ଯାନ ଉକ୍ତ ରାସ୍ତାରେ ସହଜରେ ଯାଇପାରୁନାହିଁ। ବିଶେଷ କରି ରାତି ସମୟରେ ଏହି ରାସ୍ତା ଦେଇ ଯିବା ବେଳେ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ ହୋଇଛି।

ତେବେ ଏ ସଂପର୍କରେ ପିପିଲି ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରୀ ସରୋଜ କୁମାର ପଣ୍ଡାଙ୍କୁ ପଚାରିବାରେ ସେ କହିଥିଲେ ଯେ, ଉକ୍ତ ପୋଲର ରିଙ୍ଗ୍‌‌ ୱାଲ୍‌‌ ର କାର୍ଯ୍ୟ ନଗଦ ହୋଇଥିବା ଓ ଠିକ୍‌‌ ଭାବେ ତାହା ସେଟ୍‌‌ ହୋଇନଥିବା ବେଳେ ଲୋକଙ୍କ ଦାବି ଯୋଗୁଁ ସଫେଇନାଳୀରେ ପାଣି ଛଡାଯିବା ଓ ରିଙ୍ଗ୍‌‌ ୱାଲ ପାଶ୍ୱର୍ରେ ମାଟି ଭର୍ତ୍ତି କରାଯିବା ଯୋଗୁଁ ତାହା ଚାପରେ ଫାଟି ଯାଇଛି। ଏ ସଂପର୍କରେ ସଂପୃକ୍ତ ଏଜେନ୍ସିକୁ ଚିଠି କରାଯାଇଛି ଓ ସେ ଏହାର ମରାମତି କରିବେ। ଏଥିସହ କାଦୁଅରେ ଭର୍ତ୍ତି ପୋଲର ଉଭୟ ପାଶ୍ୱର୍ର ରାସ୍ତାରେ ଡଷ୍ଟ ପକାଯାଇଥିବା ବେଳେ ପୁଣି ଥରେ ତା’ଉପରେ ବାଲି ଓ ପଥରଗୁଣ୍ଡ ପକାଯିବ ବୋଲି ଶ୍ରୀପଣ୍ଡା କହିଛନ୍ତି।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories