ହ୍ୱାଟ୍ସଆପର ଏହି ଫିଚର୍‌ ଜାଣନ୍ତି କି? ଖୁବ୍‌ ସହଜରେ ଡିପିକୁ..

ନୂଆଦିଲ୍ଲୀ : ହ୍ୱାଟ୍ସଆପ୍‌ ସାରା ଦୁନିଆରେ ସବୁଠାରୁ ଅଧିକ ବ୍ୟବହାର କରାଯାଉଥିବା ଅନ୍ୟତମ ମେସେଜିଙ୍ଗ୍‌ ଆପ୍‌ । ଏହି ଆପରେ ଆପଣଙ୍କୁ ଅନେକ ଫିଚର୍‌ ମିଳିଥାଏ । ତେବେ କିଛି ବ୍ୟବହାରକାରୀଙ୍କୁ ସମସ୍ତ ଫିଚର୍‌ ବିଷୟରେ ଜଣାନଥାଏ ।
ଏଭଳି ଏକ ଫିଚର୍‌ ହେଉଛି ଡିପି କିମ୍ବା ପ୍ରୋଫାଇଲ୍‌ ଫଟୋକୁ ହାଇଡ୍‌ କରିବାର । ଅନେକ ଉପାୟରେ ଏହାକୁ ହାଇଡ୍‌ କରି ପାରିବେ । ଏଥିପାଇଁ ଆପଣଙ୍କୁ ଅନେକ ବିକଳ୍ପ ମିଳିବ । ମାତ୍ର ଏକ ସରଳ ପଦ୍ଧତିରେ ଖୁବ୍‌ ସହଜରେ କରିପାରିବେ ।
ଏହି ଫିଚରକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ହ୍ୱାଟ୍ସଆପ୍‌ ଖୋଲିବାକୁ ପଡିବ। ଏହାପରେ ଡାହାଣ ପଟେ ଉପରକୁ ଦେଖାଯାଉଥିବା ୩ଟି ବିନ୍ଦୁ ଉପରେ କ୍ଲିକ୍‌ କରିବାକୁ ପଡିବ।

ଭିଡିଓରେ ଦେଖନ୍ତୁ ; ଘରକୁ ପଶି ଆସିଲା ବାଘ, ତା’ପରେ ପୋଷାକ କୁକୁର..


ଏହାପରେ ସେଟିଙ୍ଗକୁ ଯିବେ । ଏହାପରେ ଅନେକ ବିକଳ୍ପ ମିଳିବ । ଏଠାରେ ଆପଣ ପ୍ରାଇଭେସିକୁ ଚୟନ କରିବେ । ଏଠାରେ ପ୍ରୋଫାଇଲ୍‌ ଫଟୋର ବିକଳ୍ପ ମିଳିବ । ଏହାକୁ କ୍ଲିକ୍‌ କରିବାକୁ ପଡିବ । ଏଠାରେ କିଛି ବିକଳ୍ପ ସାମ୍ନାକୁ ଆସିବ ।
ଏଠାରେ ଆପଣ ଯାହାକୁ ହାଇଡ୍‌ କରିବେ ସେଥିପାଇଁ ଚୟନ ଆସିଯିବ । ଏଥିପାଇଁ ଆପଣଙ୍କୁ my contact except…ର ବିକଳ୍ପକୁ ଚୟନ କରିବାକୁ ପଡିବ । ଏହାପରେ ଯାହାକୁ ହାଇଡ୍‌ କରିବାକୁ ଇଚ୍ଛା କରି ପାରିବେ ।
ଏହି ପ୍ରକାରେ ଆପଣଙ୍କ ଡିପି ସେହି ଲୋକଙ୍କୁ ଦେଖାଯିବ ନାହିଁ, ଯାହାକୁ ଆପଣ ଚୟନ କରି ଥିବେ ।

Comments are closed.