www.samajalive.in
Monday, December 8, 2025
24.1 C
Bhubaneswar

ମଧ୍ୟାହ୍ନ ଭୋଜନରୁ ଜୋକ ବାହାରିବା ଘଟଣା: ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବର୍ଜନ, ବିଦ୍ୟାଳୟରେ ପହଞ୍ଚିଲେ ଏବିଇଓ

ବାସୁଦେବପୁର : ବାସୁଦେବପୁର ପୌରପାଳିକା ଅଧିନ ରାଧାକାନ୍ତପୁର ଗ୍ରାମର ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ଜୋକ ବାହାରିବା ଘଟଣାରେ ଶୁକ୍ରବାର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ବର୍ଜନ କରିଛନ୍ତି। ଏଥିସହ ମଧ୍ୟାହ୍ନ ଭୋଜନ ଆଣିଥିବା ଗାଡ଼ିକୁ ଅଭିଭାବକମାନେ ଅଟକ ରଖିଛନ୍ତି। ମଧ୍ୟାହ୍ନ ଭୋଜନ ଗାଡ଼ି ଅଟକ ରହିବା କାରଣରୁ ଆଦର୍ଶ ବିଦ୍ୟାଳୟ ଇରମ ସମେତ ଚାରିଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହୋଇଛନ୍ତି। ଲଗାତର ତିନିବର୍ଷ ଧରି ସମାନ ଅଭିଯୋଗ ଆସିଥିବାବେଳେ ଶିକ୍ଷା ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା କାରଣରୁ ଶିକ୍ଷା ବିଭାଗର ଆଲୋଚନା ବିଫଳ ହୋଇଛି। ଖବରପାଇ ବିଦ୍ୟାଳୟରେ ପହହଞ୍ଚିଥିଲେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ(ଏବିଇଓ) ଅମିୟ ମହାଳିକ। ଅଭିଭାବକମାନେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀଙ୍କୁ ଘେରିଯାଇଥିଲେ। ପରେ ପ୍ରଧାନଶିକ୍ଷକ ବିଷ୍ଣୁ ମୋହନ ବେହେରାଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା। ଏହି ଆଲୋଚନାରେ ବିଦ୍ୟାଳୟ ପରିଚାଳନା କମିଟି, କାଉନସିଲର ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ବାସୁଦେବପୁର ପୌରପାଳିକା ଅଧିନ ରାଧାକାନ୍ତପୁର ଗ୍ରାମର ଦିବାକର ମିଶ୍ର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁବାର ଚତୁର୍ଥ ଶ୍ରେଣୀ ଛାତ୍ରୀ ସ୍ବାଗତିକା ମଳିକ ଥାଳିରୁ ଜୋକ ବାହାରିଥିଲା।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories