www.samajalive.in
Monday, December 8, 2025
27.1 C
Bhubaneswar

ଗୁଣିଆ ସନ୍ଦେହରେ ୪ ଯୁବକକୁ କାବୁ କଲେ ଗାଁ ଲୋକେ

ଗୋପାଳପୁର: ଗୁଣିଆ ସନ୍ଦେହରେ ୪ ଯୁବକ ଅଟକ। ଗୋଳନ୍ଥରା ଥାନା ଅନ୍ତର୍ଗତ କେଲୁଆପଲ୍ଲୀ ଗାଁ ଶ୍ମଶାନରେ କିଛି ଜଣ ଯୁବକ ସନ୍ଦେହଜନକ ଭାବେ ପୂଜାର୍ଚ୍ଚନା କରିବା ସମୟରେ କିଛି ଗାଁ ଲୋକେ ସେମାନଙ୍କୁ କାବୁ କରି ପୁଲିସ୍ ର ଜିମା ଦେଇଛନ୍ତି। ପୁଲିସ୍ ୪ ଯୁବକଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ରାତିରେ ୫ ଜଣ ଯୁବକ ଶ୍ମଶାନରେ ବସି ପୂଜାର୍ଚ୍ଚନା କରୁଥିବା କିଛି ଯୁବକ ଦେଖି ଗାଁ ଲୋକଙ୍କୁ ଖବର ଦେଇଥିଲେ। ଖବରପାଇ ଗାଁର କିଛି ଲୋକ ଘଟଣା ସ୍ଥଳରେ ପହଞ୍ଚି ସେଠାରେ ମଣିଷ ଖପୁରୀ,ହାଡ଼ ସହ ନଖ ଓ କିଛି ଯୁବତୀ ଙ୍କ ଫୋଟ ଦେଖିବାକୁ ପାଇଥିଲେ। ଘଟଣା ନେଇ ସମ୍ପୃକ୍ତ ଯୁବକ ମାନଙ୍କୁ ପଚାର ଉଚାର କରିଥିଲେ।  ସେଠାରେ ପୂଜାର୍ଚ୍ଚନା କରୁଥିବା କେଲୁଆପଲ୍ଲୀ ର ଦୁଇ ଜଣ ଯୁବକ ତାଙ୍କ ବାପାଙ୍କ ଶ୍ରାଦ୍ଧ କରୁଥିବା ସଫେଇ ଦେଇଥିଲେ। ଏବଂ ହାଡ଼ ଓ ଖପୁରୀ ସମେତ ଯୁବତୀ ଙ୍କ ଫଟୋ ନେଇ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଯାହାଫଳରେ ଘଟଣା ନେଇ ଗୋଳନ୍ଥରା ପୁଲିସ କୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚି ସେମାନଙ୍କୁ କାବୁ କରିବା ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ଯୁବକ ପୁଲିସ କୁ ଚକମା ଦେଇ ଫେରାର ହୋଇଯାଇଥିଲା। ପୁଲିସ୍ ଘଟଣା ସ୍ଥଳରୁ ଚାରି ଯୁବକ ସମେତ ପୂଜା ସାମଗ୍ରୀ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରି ତଦନ୍ତ ଆରମ୍ଭ କରିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories