www.samajalive.in
Monday, December 8, 2025
13.1 C
Bhubaneswar

ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ନିମନ୍ତେ ସଚେତନତା ଶୋଭାଯାତ୍ରା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତରେ ଥିବା ବିଜୟନଗର ସେବାଶ୍ରମର ଛାତ୍ରୀଙ୍କୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ,କୁଷ୍ଠ ରୋଗ ନିମନ୍ତେ ସଚେତନତା ଶୋଭାଯାତ୍ରା କରାଯାଇଥିବା ଦେଖିବାକୁ ମିଳିଛି। ଏଥିରେ କଲ୍ୟାଣସିଂହପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଭାରପ୍ରାପ୍ତ ଡାକ୍ତର ସାମ୍ୟରଞ୍ଜନ ଜେନାଙ୍କ ନେତୃତ୍ବରେ ବିଜୟନଗର ସେବାଶ୍ରମର ଛାତ୍ରୀମାନେ ହାତରେ ଫ୍ଲା କାର୍ଡ ଧରି, ଶିକ୍ଷକ, ଶିକ୍ଷୟିତ୍ରୀ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ସଲିମ ଶବର, ମହିଳା ସ୍ୱାସ୍ଥ୍ୟକର୍ମୀ ସନ୍ଧ୍ୟା ରାଣୀ ପତି, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ରହି ବିଜୟନଗର, କରପା ଗ୍ରାମରେ ଲୋକ ମାନଙ୍କୁ ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ, ଯକ୍ଷ୍ମା, ଜଣ୍ଡିସ, କୁଷ୍ଠ ,ହେପାଟାଇଟିସ-ବି ରୋଗର ପ୍ରତିକାର ଓ ନିରାକରଣ ନିମନ୍ତେ ସଚେତନତା କରିଥିଲେ।


ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣବିଭାଗ ନିର୍ଦ୍ଦେଶକ୍ରମେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରର ସମସ୍ତ ଆଶା କର୍ମୀ ,ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କରିଥିଲେ। ସେହିମାନେ ପ୍ରତ୍ୟେକ ଗାଁକୁ ଗାଁ ବିଦ୍ୟାଳୟ ଗୁଡିକୁ ବୁଲି ବୁଲି ସଚେତନତା କରିବା ସହ ସେବାଶ୍ରମ ଗୁଡିକରେ ମଶାରୀ, ଔଷଧ ଦିଆଯାଉଛି। ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କୁ ରୋଗରୁ ମୁକ୍ତ ପାଇଁ ସଚେତନତା କରାଯାଉଛି। ଯେଉଁ ପରିବାରରେ ମସାରି ନାହିଁ ସେମାନେ ନଡ଼ିଆତେଲରେ ନିମ୍ବ ପତ୍ର ଫୁଟାଇ ଦେହରେ ଲଗାଇଲେ ମ୍ୟାଲେରିଆରୁ ମୁକ୍ତି ପାଇବେ ବୋଲି ସଚେତନତା କରାଯାଉଛି। ଘର ଚତୁଃପାର୍ଶ୍ୱ ସଫାସୁତରା ରଖିବା,ଖାଇବା ପୂର୍ବରୁ ଓ ଶୌଚ ପରେ ହାତକୁ ଭଲ ଭାବରେ ସାବୁନରେ ଧୋଇବା, ଗରମ ପାଣି ବ୍ୟବହାର କରିବା, ଗରମ ରନ୍ଧା ଖାଦ୍ୟ ଖାଇବା, ମସାରି ଟାଣି ଶୋଇବା ଭଳି ବିଭିନ୍ନ ବିଷୟରେ ସଚେତନତା କରିଥିଲେ । ବର୍ତ୍ତମାନ ଦୁର୍ଗମ ନିୟମଗିରି ଅଞ୍ଚଳରେ ମ୍ୟାଲେରିଆ ନିରାକରଣ ନିମନ୍ତେ ଡାକ୍ତର ସମ୍ୟରଞ୍ଜନ ଜେନା, ଜନ ସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସୁରେଶ କୁମାର ମହାନ୍ତି, ବିପିଏମ କୈଳାସ କୁମାର ନାୟକ, ସମେତ ଭ୍ରାମ୍ୟମାନ ଡାକ୍ତର ପ୍ରକାଶ ଚନ୍ଦ୍ର ରାଉତ ଓ ତାଙ୍କ ଦଳ ପ୍ରତ୍ୟେକ ଗ୍ରାମକୁ ଯାଇ ଚିକିତ୍ସା କରୁଥିବା ଜଣାପଡ଼ିଛି। ଉକ୍ତ ବିଷୟରେ ଡାକ୍ତର ସମ୍ୟରଞ୍ଜନ ଜେନାଙ୍କୁ ପଚାରିବାରୁ ପ୍ରତ୍ୟେକ ଗାଁରେ ସଚେତନତା କରାଯାଇ ମସାରି ଟାଙ୍ଗି ଶୋଇବା ପାଇଁ କୁହାଯାଇଛି। ବର୍ତ୍ତମାନ ମ୍ୟାଲେରିଆ ନିୟନ୍ତ୍ରଣ ହେଇଛି ।

ବନ୍ଦ ହେଲା ହୀରାକୁଦର ଆଉ ୨ଟି ଗେଟ୍‌

- Advertisement -

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories