www.samajalive.in
Sunday, December 7, 2025
15.1 C
Bhubaneswar

କଳାପଥରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ, ହରିଜନ ସାହିରେ ଡେଙ୍ଗୁ ଆଶଙ୍କା 

କଳାପଥର (ବାଙ୍କୀ ):ବାଙ୍କୀ  ବ୍ଲକ୍ ଅନ୍ତର୍ଗତ କଳାପଥର ଗ୍ରାମରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି. କଳାପଥର ପଂଚାୟତର ୱାର୍ଡ ନମ୍ୱର୍ -୩ ହରିଜନ ସାହି ଏବେ ସମ୍ପୂର୍ଣ ଜଳବନ୍ଦୀ ହୋଇ ରହିଛି। ଅଞ୍ଚଳରେ ଡେଙ୍ଗୁ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏ ନେଇ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି.ବର୍ଷା ଜଳ ନିଷ୍କାସନ ହୋଇପାରୁ ନଥିବାରୁ ଲୋକମାନଙ୍କର ଦୁର୍ଦ୍ଦଶା କହିଲେ ନସରେ। ଏହି ସାହିର ଲୋକମାନେ ଅତି ଗରିବ ଶ୍ରେଣୀର ଓ  ମାଟିକାନ୍ଥ ଚାଳ ଛପର ଝୁମ୍ପୁଡ଼ି ଘରେ ବସବାସ କରନ୍ତି। ଏଣୁ, ବର୍ଷାଜଳ ଜମିରହୁଥିବାରୁ ଏହି ଘରଗୁଡିକ ଭୁଶୁଡ଼ି ପଡ଼ିବା ସହ ଡେଙ୍ଗୁ, ମ୍ୟାଲେରିଆ ବ୍ୟାପିବାର ସମ୍ଭାବନା ସହ ବିଷାକ୍ତ ସାପ କାମୁଡ଼ିବାର ମଧ୍ୟ ସମ୍ଭାବନା ରହିଛି ।
ଫଳରେ ଲୋକମାନେ ଭୟଭୀତ ହୋଇପଡ଼ିଥିବା ସହ ପାଣି କାଦୁଅ ଯୋଗୁଁ ସେମାନଙ୍କର ଚଳିବା ଦୁର୍ବିସହ ହୋଇପଡିଛି।ଏଥିପାଇଁ ସ୍ଥାନୀୟ ହରିଜନସାହି ବାସିନ୍ଦା ତିବ୍ରପ୍ରତିକ୍ରୀୟ ପ୍ରକାଶ କରି ଏବେ ମୁଖ୍ୟ ରାସ୍ତା ଉପରେ ବସି  ପ୍ରତିବାଦ ଜଣାଇବାକୁ ନିଷ୍ପତି ନେଇଛନ୍ତି। ଏ ସଂକ୍ରାନ୍ତରେ କଳାପଥର ଗ୍ରା:ପ: ସରପଞ୍ଚଙ୍କ ଶ୍ରୀମତୀ କମଳା ସ୍ୱାଇଁଙ୍କ ସୁତ୍ର୍ଗରୁ ପ୍ରକାଶ ଯେ, ସାହି ରାସ୍ତାଟିକୁ ଉଚ୍ଚା କରି ଢ଼ଳେଇ କରିବା ପାଇଁ ଦୀର୍ଘଦିନ ହେଲା ପ୍ରସ୍ତାବ ଦିଆଯାଇଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ ରାସ୍ତାକାମଟିକୁ ମଞ୍ଜୁରୀ ଦେଇ ନାହାନ୍ତି। ସେଥିପାଇଁ କାର୍ଯ୍ୟଟି ସମ୍ପାଦନ କରିବାରେ ଅହେତୁକ ବିଳମ୍ବ ହେଉଥିବା ଯୋଗୁଁ ଏଭଳି ପରିସ୍ଥିତି ହୋଇଛି।  ମଞ୍ଜୁରୀ ମିଳିଗଲେ କାର୍ଯ୍ୟଟି ଯଥାଶୀଘ୍ର କରାଯିବ ବୋଲି ସରପଞ୍ଚ ପ୍ରକାଶ କରିଛନ୍ତି।
 ଉଲ୍ଲେଖଯୋଗ୍ୟ ଯେ,ନୂତନ ଭାବେ କଳାପଥର-ବାଙ୍କୀ -କଟକ ଜିଲ୍ଲା ମୁଖ୍ୟ ରାସ୍ତା ନିର୍ମିତ ହେବାପରେ ରାସ୍ତାଟି ଉଚ୍ଚା ହୋଇଗଲା।ରାସ୍ତା କଣ୍ଟ୍ରାକ୍ଟର
ଯେଉଁ କଲଭର୍ଟଟି ତିଆରି କରିଥିଲେ ଡ୍ରେନେଜ୍ ବ୍ୟବସ୍ଥା କଲେନାହିଁ। ଅପରପକ୍ଷେ ରାସ୍ତାର ଦୁଇ ପାର୍ଶ୍ବରେ ଥିବା ପାଣି ମାହାରାକୁ ପୋତି ଉଭୟ ପାର୍ଶ୍ଵରେ ଲୋକମାନେ ଘରଦ୍ୱାର ନିର୍ମାଣ କରିଚାଲିଛନ୍ତି। ଏପରିକି ଚାଷଜମିକୁ ହଳ ଲଙ୍ଗଳ ନେବାପାଇଁ ମଧ୍ୟ ରାସ୍ତା ଛାଡୁ ନଥିବାରୁ ଚାଷୀମାନେ କିଛିଦିନ ମଧ୍ୟରେ ଚାଷକାର୍ଯ୍ୟ ଛାଡ଼ିଦେବାକୁ ବାଧ୍ୟ ହେବେ ବୋଲି ଅନେକ ଚାଷୀ ମତପ୍ରକାଶ କରିଛନ୍ତି। ପାଣି ମାହାରା ଅବରୋଧ କରି ଘରଦ୍ୱାର ନିର୍ମାଣ କରୁଥିବା ଯୋଗୁଁ ଏହିଭଳି ସବୁ ତଳିଆ ଅଞ୍ଚଳଗୁଡିକରୁ ବର୍ଷା ଜଳ ନିଷ୍କାସନ ହୋଇପାରୁ ନଥିବାରୁ ବର୍ଷାଜଳ ତଳିଆ ଅଞ୍ଚଳରେ ଜମି ଏଭଳି ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହେଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ଏଥିପ୍ରତି ବାଙ୍କୀ ଉପଜିଲ୍ଲାପାଳ,ତହସିଲଦାର ଓ ବିଡ଼ିଓ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories