www.samajalive.in
Monday, December 8, 2025
27.1 C
Bhubaneswar

ବିଜାମାଲଠାରୁ ଫଲସାପଡା ରାସ୍ତା ଅବସ୍ଥା ଶୋଚନୀୟ

ମ.ରାମପୁର: କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରି ଗ୍ରାମପଞ୍ଚାୟତ ବିଜାମାଲଠାରୁ ଫଲସାପଡା ଗାଁ ରାସ୍ତା ଟିକିଏ ବର୍ଷା ହେଲେ କାଦୁଅ ହୋଇଯାଉଛି। ଫଳରେ ସେହି ରାସ୍ତା ଦେଇ ଯାଉଥିବା ଲୋକେ ନାହିଁ ନଥିବା ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ରାସ୍ତାର ମରାମତି ପାଇଁ ବହୁବାର ଆବେଦନ କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବର୍ତମାନ ଟିକିଏ ବର୍ଷାରେ ରାସ୍ତା ବେହାଲ ହୋଇପଡିଛି। ବର୍ଷାଦିନ ଆସିଲେ ରାସ୍ତାରେ ଯିବା ଲୋକମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ସେହି ରାସ୍ତାରେ ଚାଲିକି ଗଲେ ଗୋଡ଼ ଖସିବା ସହ ଯାନବାହାନ ଦୁର୍ଘଟଣା ହେବାର ସମ୍ଭାବନା ରହିଛି। ରାସ୍ତା ଦେଇ ସାଇକେଲଟିଏ ମଧ୍ୟ ଯାଇପାରୁନାହିଁ। ପ୍ରତିଦିନ ଏହି ରାସ୍ତା ଦେଇ ହାଜର ହଜାର ସଂଖ୍ୟାରେ ଲୋକ ଯିବା ଆସିବା କରୁଥିବାବେଳେ ରାସ୍ତାଟି ସମ୍ପୂର୍ଣ୍ଣ କାଦୁଅ ହୋଇଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଲସାପଡା ଗ୍ରାମର ଖଗେଶ୍ୱର ପୁଟା, ଦୁରମାନ ପୁଟା, ଶିବାନ ଭୋଇ, ସହଦେବ ଭୋଇ, ମନରଞ୍ଜନ ମାଝୀ, ଡମ୍ବରୁ ସାହୁ, ଧନେଶ୍ୱର ଧରୁଆ, ଶରତ ପାତ୍ର, ସନ୍ତୋଷ କୁମୁରା, କପିଳ ମାଝୀ, ଗରୁଡ଼ ଧରୁଆ, କୈଳାସ ପୁଟାଙ୍କ ସମେତ ଅନ୍ୟ ଜନସାଧାରଣ ତୁରନ୍ତ ରାସ୍ତାର ମରାମତି କରିବା ପାଇଁ ବ୍ଲକ ପ୍ରଶାସନକୁ ଗୁହାରି ଜଣାଇଛନ୍ତି।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

Related Articles

Popular Categories