www.samajalive.in
Tuesday, December 9, 2025
17.1 C
Bhubaneswar

ଫଳରୁ ବ୍ୟାପୁଛି ନିପା ଭୂତାଣୁ

ସମାଜ ଡିଜିଟାଲ ଡେସ୍କ: ବର୍ତ୍ତମାନ ସାରା ବିଶ୍ଵରେ ନିପା ଭୂତାଣୁ ଲୋକଙ୍କୁ ଆତଙ୍କିତ କରିଛି। ଏହି ଭୂତାଣୁରେ ସଂକ୍ରମିତଙ୍କ ମୃତ୍ୟୁ ହାର ଅଧିକ ରହୁଥିବାରୁ ଚିନ୍ତାର ବିଷୟ ପାଲଟିଛି। ବାଦୁଡ଼ିଙ୍କଠାରୁ ଏହି ଭୂତାଣୁ ମଣିଷ ଶରୀରକୁ ବ୍ୟାପୁଛି। ଭାରତରେ ବି ନିପା ଭୂତାଣୁ ଆତଙ୍କ ଖେଳାଇଛି। କେରଳରେ ଏହି ଭୂତାଣୁ ଯୋଗୁ ୬୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି। ନିକଟରେ କେରଳ ମାଲାପୁରମର ଜଣେ ୧୪ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ତେବେ ଏହି ବାଳକର ମୃତ୍ୟୁ ପରେ ନୂଆ ତଥ୍ୟ ପଦାକୁ ଆସିଛି। ଏକ ଫଳ(ହଗ୍‌ ପ୍ଲମ୍‌ ଫ୍ରୁଟ୍‌)ରୁ ବାଳକଟି ନିପା ଭୂତାଣୁରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏହା ସାମ୍ନାକୁ ଆସିବା ପରେ କେରଳରେ ଏବେ ଫଳ ଖାଇବାକୁ ନେଇ ଲୋକଙ୍କ ମଧ୍ୟରେ ଭୟ ଦେଖିବାକୁ ମିଳିଛି।

ଗଛରେ ଫଳ ପାଚିବା ସମୟରେ ବାଦୁଡ଼ିମାନେ ତାହାକୁ ଖଣ୍ଡିଆ କରିଦେଇଥାଆନ୍ତି। ଯେହେତୁ ବାଦୁଡ଼ିଙ୍କଠାରୁ ନିପା ଭୂତାଣୁ ବ୍ୟାପୁଛି, ତେଣୁ ଫଳ ବି ଏହି ଭୂତାଣୁ ଦ୍ଵାରା ସଂକ୍ରମିତ ହେଉଛି। ସେହି ଫଳକୁ ଖାଇଲେ ମଣିଷ ଏହି ମାରାତ୍ମକ ଭୂତାଣୁରେ ସଂକ୍ରମିତ ହେଉଛନ୍ତି। ପୁଣେସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି (ଏନଆଇଭି) ଦ୍ଵାରା ନିକଟରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। କେରଳର କୋଝିକୋଡରୁ ଏନଆଇଭି ପକ୍ଷରୁ ସଂଗୃହୀତ କିଛି ଫଳରୁ ନିପା ଭୂତାଣୁ ଠାବ ହୋଇଛି। ବାଦୁଡ଼ି ଏହାର ଲାଳ, ପରିସ୍ରା ଏବଂ ମଳ ଦ୍ଵାରା ବାହାରକୁ ଭୂତାଣୁ ଛାଡ଼ିଥାଏ। ଫଳଗୁଡ଼ିକ ଏସବୁ ସଂସ୍ପର୍ଶରେ ଆସିଲେ ଭୂତାଣୁ ସଂକ୍ରମିତ ହୋଇଥାଏ। ଯେଉଁ ଲୋକମାନେ ଉକ୍ତ ଫଳକୁ ଖାଇବେ ସେମାନେ ବି ଭୂତାଣୁ ଦ୍ଵାରା ସଂକ୍ରମିତ ହେବେ​‌ ବୋଲି କୁହାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories