www.samajalive.in
Tuesday, December 9, 2025
17.1 C
Bhubaneswar

କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଚାରା ରୋପଣ

ଗୁରୁଡ଼ିଝାଟିଆ: ଗୁରୁଡ଼ିଝାଟିଆ ସ୍ଥିତ କବିଚନ୍ଦ୍ର ଭୂବନେଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ସବୁଜ ବନାନୀ ଓ ସୁସ୍ଥ ପରିବେଶ ପାଇଁ ଚାରା ରୋପଣ କରାଯାଇଛି। କିରଣ ଫାଉଣ୍ଡେସନ ଓ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଚାରା ରୋପଣ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ବରିଷ୍ଠ ନାଗରିକ ମଞ୍ଚ ନବେଢ଼଼ା, ଆଠଗଡ଼଼ର କାର୍ଯ୍ୟକାରୀ ସଭାପତି ବିମ୍ବାଧର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ବିଦ୍ୟାର୍ଥୀମାନଙ୍କୁ ପ୍ରକୃତି ଓ ପରିବେଶ ମନସ୍ଥ ହେବା ନିମନ୍ତେ କହିବା ସହ ଚାରା ରୋପଣ କରିବା ସଂଗେ ସଂଗେ ଏହାର ଯତ୍ନନେବା ପାଇଁ କହିଥିଲେ। ପ୍ରଧାନଶିକ୍ଷୟିତ୍ରୀ ମମତାମୟୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚଙ୍କ ପ୍ରତିନିଧି ସନାତନ ଦଳାଇ, କିରଣ ଫାଉଣ୍ଡେସନର ସଭାପତି ଲକ୍ଷ୍ମୀଧର ମହାରଣା, ସଂପାଦକ ମୋହନ ଦାସ, ମୋ ସ୍କୁଲ ଅଭିଯାନର ସଭାପତି କୃତିବାସ ଥାଟୋଇ, ସଦସ୍ୟ ରବୀନ୍ଦ୍ର କୁମାର ସାହୁ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ। ବିଦ୍ୟାର୍ଥୀ ଓ ସମସ୍ତ ଅତିଥିବୃନ୍ଦ ପରିସରରେ ଚାରା ରୋପଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories