www.samajalive.in
Monday, December 8, 2025
17.1 C
Bhubaneswar

ମଧ୍ୟାହ୍ନ ଭୋଜନ ଖାଇ ୬ ଛାତ୍ରଛାତ୍ରୀ ଅସୁସ୍ଥ

ସୋର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ବାଣିଶିଆ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇ ଶନିବାର ୬ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶନିବାର ସକାଳୁଆ ସ୍କୁଲ ଥିବାରୁ ସ୍କୁଲରେ ଛାତ୍ରଛାତ୍ରୀମାନେ ଅଣ୍ଡା ଝୋଳ ଖାଇବା ପରେ ଗୁରୁତର ହୋଇ ପଡ଼ିଥିଲେ। ସ୍କୁଲରେ ୩୫ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇଥିଲେ। ସେମାନଙ୍କ ମଧ୍ୟରୁ ୬ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଇଥିଲେ। ଛାତ୍ରଛାତ୍ରୀ ମାନଙ୍କ ପେଟ କାଟିବା, ବାନ୍ତି ହେବା, ମୁଣ୍ଡ ବୁଲାଇବା ସହିତ ଝାଡ଼ା ହେଉଛି। ଅନ୍ୟ କିଛି ଅସୁସ୍ଥ ଛାତ୍ରଛାତ୍ରୀ ଘରେ ଥିବାରୁ ସୋର ଏମଏଲଏ ମାଧବ ଧଡାଙ୍କ ନିର୍ଦ୍ଦେଶ କ୍ରମେ ସୋର ଡାକ୍ତରଖାନାର ଭାରପ୍ରାପ୍ତ ଚିକିତ୍ସାଧୀକାରୀ ବାଣିଶିଆ ଗାଁକୁ ଏକ ଡ଼ାକ୍ତରୀ ଟିମ ପଠାଇଛନ୍ତି।

ନବୀନଙ୍କ ହସ୍ତକ୍ଷେପ ; ଓଡିଶାରେ ପହଞ୍ଚିଲା ଆଳୁ ଟ୍ରକ

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories