www.samajalive.in
Tuesday, December 9, 2025
17.1 C
Bhubaneswar

ରଶି ଲଗାଇ ଶିକ୍ଷକଙ୍କ ଆତ୍ମହତ୍ୟା

ମୋହନା : ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡ଼ସିନ୍ଧବା ଗ୍ରାମର ଜଣେ ଶିକ୍ଷକ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଶିକ୍ଷକଙ୍କ ନାମ ମନୋଜ କୁମାର ନାୟକ(୪୦)। ସୂଚନାମୁତାବକ ସେ ଯୁବ ପଞ୍ଚାୟତ ବମ୍‍ ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେ ଶୁକ୍ରବାର କୌଣସି କାରଣରୁ ଘରର ଶୟନକକ୍ଷ ପଙ୍ଖାରେ ପ୍ଲାଷ୍ଟିକ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ମୋହନା ଥାନା ଓ ଚନ୍ଦ୍ରଗିରି ଫାଣ୍ଡି ପୁଲିସ୍‍ ପହଞ୍ଚି ଘଟଣାର ତଦନ୍ତ କରୁଥିବା ବେଳେ ଉକ୍ତ ଘରୁ ଏକ ସୁଇସାଇଡ୍‍ ନୋଟ୍‍ ଜବତ ହୋଇଛି। ପାରିବାରିକ କଳହରୁ ଏପରି ଘଟିଥିବା ପୋଲିସ୍‍ ଅନୁମାନ କରୁଛି। ଘଟଣା ସ୍ଥଳରେ ପୁଲିସ୍‍ ଉପସ୍ଥିତ ରହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଚେଷ୍ଟା କରୁଥିବା ଜଣାପଡ଼ିଛି। ମୃତ ନାୟକଙ୍କ ଦେଢ଼ବର୍ଷର ଗୋଟିଏ ପୁଅ ଓ ୪ବର୍ଷର ଗୋଟିଏ ଝିଅ ଅଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories