www.samajalive.in
Sunday, December 7, 2025
13.1 C
Bhubaneswar

ଧରଣୀଧର ବିଶ୍ୱବିଦ୍ୟାଳୟରେ ରାଜ୍ୟସ୍ତରୀୟ ଓଡିଆ ଭାଷା ସମ୍ପାନ

କେନ୍ଦୁଝରଗଡ଼: ଓଡ଼ିଆ ଭାଷା ପ୍ରତିଷ୍ଠାନ, ଓଡ଼ିଶା ଓ ଧରଣୀଧର ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଏକ ରାଜ୍ୟସ୍ତରୀୟ ଓଡ଼ିଆ ଭାଷା ସମ୍ପାନ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଓଡିଆ ଭାଷା ପ୍ରତିଷ୍ଠାନର ପ୍ରକଳ୍ପ ପରାମର୍ଶଦାତା ପ୍ରଫେସର ପ୍ରେମାନନ୍ଦ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସମ୍ପାନକୁ ଉଦ୍‌ଘାଟନ କରିଥିଲେ ।

ବିଶ୍ୱବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗ ମୁଖ୍ୟ ସୁଧାକର ଦାଶ ପ୍ରାରମ୍ଭରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ସହକାରୀ ପ୍ରାଧ୍ୟାପିକା ଶୁଭସ୍ମିତା ଦାଶ ଅତିଥି ପରିଚୟ ପ୍ରଦାନ ସହ ସମ୍ପାନକୁ ସଂଯୋଜନା କରିଥିଲେ । ଓଡିଆ ଭାଷା ପ୍ରତିଷ୍ଠାନର ପ୍ରକଳ୍ପ ପରାମର୍ଶଦାତା ପ୍ରଫେସର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଭାଷା ପ୍ରତିଷ୍ଠାନର ଆଭିମୁଖ୍ୟ ଏବଂ ଓଡ଼ିଆ ଭାଷାର ବିକାଶରେ ପ୍ରତ୍ୟେକ ଓଡ଼ିଆଙ୍କ ଭୂମିକା ରହିଛି ବୋଲି ମତ ରଖିଥିଲେ । ସମ୍ମାନୀତ ଅତିଥି ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ପ୍ରଭୁ ପ୍ରସାଦ ଦାସ ଓଡ଼ିଆ ଭାଷାର ଅବନତି କାହିଁକି ବୋଲି ପ୍ରଶ୍ନ ଉତ୍‌ଥାପନ କରିବା ସହ ଏହାର କାରଣ ଓ ନିରାକରଣ ସମ୍ପର୍କର୍ରେ ସମସ୍ତେ ସଚେତନ ହେବାକୁ ଆହ୍ୱାନ ଦେଇଥିଲେ ।

- Advertisement -

ସମ୍ପାନର ଦ୍ୱିତୀୟ ପର୍ଯ୍ୟାୟରେ ଭାଷା ପ୍ରତିଷ୍ଠାନର ପ୍ରକଳ୍ପ ପରାମର୍ଶଦାତା ଡଃ ପ୍ରେମାନନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନା ପର୍ବରେ ଅତିଥି ଆଲୋଚକ ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ଓଡ଼ିଆ ଭାଷାର ଐତିହ୍ୟ ସମ୍ପର୍କରେ ଆଲୋକପାତ କରି ଜନଜାତି ଭାଷା ସହିତ ଓଡ଼ିଆର ସମ୍ପର୍କ ବିଶ୍ଳେଷଣ କରିଥିଲେ । ଅନ୍ୟତମ ଅତିଥି ଆଲୋଚକ ଉକ୍ରଳ ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ ରମେଶ ଚନ୍ଦ୍ର ମଲ୍ଲିକ ଓଡ଼ିଆ ଭାଷା ଉପରେ ବୈଦେଶିକ ଭାଷାର ପ୍ରଭାବ ନିରୂପଣ କରି ଦ୍ରାବିଡ ଭାଷା ଆମକୁ କିପରି ପ୍ରଭାବିତ କରିଛି ତାହା ଉଦାହରଣଛଳରେ ପ୍ରକାଶ କରିଥିଲେ । ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ବିମ୍ବାଧର ବେହେରା ଅନ୍ୟତମ ଅତିଥି ଆଲୋଚକ ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟକୁ କେନ୍ଦୁଝରର ଅବଦାନ ବିଷୟରେ ଆଲୋଚନା କରି କେନ୍ଦୁଝରର ସାହିତ୍ୟ ସାଧକ ଓ ରାଜକବି ମାନଙ୍କ ଭୂମିକା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଆଲୋଚନାର ଅନ୍ତିମ ପର୍ଯ୍ୟାୟରେ ସ୍ନାତକୋତ୍ତର ସଂସ୍କୃତ ବିଭାଗ ପ୍ରଫେସର ଡ. ନିବେଦିତା ପତି ଏବଂ ଓଡ଼ିଆ ବିଭାଗ ପ୍ରଫେସର ଶୁଭସ୍ମିତା ଦାଶ ଓଡ଼ିଆ ଭାଷା ଉପରେ ନିଜ ନିଜର ପ୍ରବନ୍ଧ ଉପସ୍ଥାପନ କରିଥିବା ବେଳେ ସଂସ୍କୃତ ବିଭାଗ ଛାତ୍ରୀ ସ୍ଥିତପ୍ରଜ୍ଞା ନାୟକ ଓ ଚିନ୍ମୟୀ ସ୍ୱଦେଶ ବନ୍ଦିତା ବେହେରା ଓଡ଼ିଆ ଭାଷା ଓ ସଂସ୍କୃତର ସମ୍ପର୍କକୁ ନେଇ ନିବନ୍ଧ ପାଠ କରିଥିଲେ ।

ଓଡ଼ିଆ ବିଭାଗ ଅଧ୍ୟାପକ ଡ. ଅଜୟ କୁମାର ସାହୁ, ଡ. ଜ୍ୟୋତି କିଶୋର ମହାନ୍ତ, ପ୍ରଜ୍ଞା ପାରମିତା ସାହୁ, ଅକାଳୁ ପୃଷ୍ଟି, ସଂସ୍କୃତ ବିଭାଗ ମୁଖ୍ୟ ଡ.ଅରୁନ୍ଧତୀ ଓଝା, ଡ. ପଙ୍କଜ ମହାନ୍ତ ପ୍ରମୁଖ ସମ୍ପାନକୁ ପରିଚାଳନା କରିଥିବା ବେଳେ ଏଥିରେ ଜିଲା ଓ ଜିଲା ବାହାରର ବହୁ ମହାବିଦ୍ୟାଳୟର ୩୦ରୁ ଉର୍ଦ୍ଧ୍ୱ ଅଧ୍ୟାପକ ଅଧ୍ୟାପିକା ଅଂଶଗ୍ରହଣ କରିଥିଲେ । ବିଶ୍ୱବିଦ୍ୟାଳୟର ସମସ୍ତ ବିଭାଗରୁ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଶେଷରେ ଓଡ଼ିଆ ବିଭାଗ ସହକାରୀ ପ୍ରାଧ୍ୟାପକ ଡ. ସୁମନ୍ତ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories