www.samajalive.in
Tuesday, December 9, 2025
17.1 C
Bhubaneswar

ରାସନ କାର୍ଡକୁ ନେଇ ସରକାରଙ୍କ ବଡ଼ ଘୋଷଣା; ଜାଣନ୍ତୁ ନୂଆ ଆବେଦନକାରୀଙ୍କୁ କେବେ ମିଳିବ, କାହାର କଟିବ ?

ସମାଜ ଡିଜିଟାଲ ଡେସ୍କ: ରାଜ୍ୟରେ ରାସନ କାର୍ଡକୁ ନେଇ ସରକାର ବଡ଼ ଘୋଷଣା କରିଛନ୍ତି। ନୂଆ ଆବେଦନକାରୀଙ୍କୁ ମାସକ ମଧ୍ୟରେ ରାସନ କାର୍ଡ ମିଳିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଏହା ସହିତ ଖୁବଶୀଘ୍ର ଅଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡରୁ ବାଦ ଦିଆଯିବ। ସେମାନଙ୍କ କାର୍ଡ କଟାଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ କାହାକୁ କାର୍ଡ ମିଳିବ ଏବଂ କାହାର କଟିବ ସେ ନେଇ ବି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଇ-କେଓ୍ବାଇସି ଯାଞ୍ଚ ପରେ ହିତାଧିକାରୀମାନଙ୍କୁ ରାସନ କାର୍ଡ ପ୍ରଦାନ କରାଯିବ।

କିଏ ପାଇବେ ରାସନ କାର୍ଡ ?

- Advertisement -
  • ବାସହୀନ ଲୋକଙ୍କୁ ମିଳିବ ରାସନ କାର୍ଡ
  • ଭିକ୍ଷାବୃତ୍ତି କରି ଜୀବନ ନିର୍ବାହ କରୁଥିବା ପରିବାର ପାଇବେ କାର୍ଡ
  • ସମସ୍ତ ଆଦିମ ଆଦିବାସୀ ପରିବାର ସମୂହ
  • ରାଜ୍ୟ ବା କେନ୍ଦ୍ର ସରକାରଙ୍କ ବିଧବା ଭତ୍ତା ପାଉଥିବା ପରିବାର
  • ପରିବାରର କୌଣସି ସଦସ୍ୟ ୪୦%ରୁ ଅଧିକ ଦିବ୍ୟାଙ୍ଗ ହୋଇଥିଲେ

କାହାର କଟିବ ?

  • ପରିବାରର ଯେକୌଣସି ସଦସ୍ୟ ପଞ୍ଜୀକୃତ ଯାନର ମାଲିକ ହୋଇଥିଲେ
  • ପରିବାରର ଯେକୌଣସି ସଦସ୍ୟଙ୍କ ନାମରେ କୃଷି ଯନ୍ତ୍ରପାତି ପଞ୍ଜୀକୃତ ହୋଇଥିଲେ
  • ପରିବାରର ଯେକୌଣସି ସଦସ୍ୟ ସରକାରୀ କର୍ମଚାରୀ ହୋଇଥିଲେ
  • ସହରାଞ୍ଚଳରେ ବେସରକାରୀ ସଂସ୍ଥାରେ ୧୫ ହଜାରରୁ ଅଧିକ ଦରମା ପାଉଥିଲେ
  • ଗ୍ରାମାଞ୍ଚଳରେ ବେସରକାରୀ ସଂସ୍ଥାନରେ ୧୦ ହଜାରରୁ ଅଧିକ ଦରମା ପାଉଥିଲେ
  • ପରିବାର ସଦସ୍ୟ ଆୟକର କିମ୍ବା ବୃତ୍ତିକର ଦେଉଥିଲେ
  • ସହରାଞ୍ଚଳରେ ପରିବାରର କୌଣସି ସଦସ୍ୟ ୧୫ ହଜାରରୁ ଅଧିକ ଏବଂ ଗ୍ରାମାଞ୍ଚଳରେ ୧୦ ହଜାରରୁ ଅଧିକ ପେନସନ ପାଉଥିଲେ
  • ପରିବାରରେ ୨ କିଲୋଓ୍ବାଟ କିମ୍ପା ତଦୁର୍ଦ୍ଧ ବିଦ୍ୟୁତ ସଂଯୋଗ ଥିଲେ

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories