www.samajalive.in
Monday, December 8, 2025
27.1 C
Bhubaneswar

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରୀ, ୩ ଗିରଫ

ସିମୁଳିଆ: ଗରସଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରୀ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିବା ସହ ଚୋରୀ ହୋଇଥିବା ଜିନିଷ ଉଦ୍ଧାର। ସୁଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଗରସଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ରବିବାର ବିଳମ୍ବିତ ରାତିରେ ଚୋରମାନେ ଗ୍ରୀଲ ଓ କବାଟ ଭାଙ୍ଗି ସ୍ୱାସ୍ଥ୍ୟ କେନ୍ଦ୍ର କାର୍ଯ୍ୟାଳୟରେ ଥିବା କମ୍ପ୍ୟୁଟର, ପ୍ରିଣ୍ଟର, ଏଲ.ଇ.ଡି ଓ ଟିଭି ଚୋରାଇ ନେଇଥିବା ସିମୁଳିଆ ଥାନାରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ସିମୁଳିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ସିମୁଳିଆ ପୋଲିସ ତଦନ୍ତ ରଖିଥିବାବେଳେ ମଙ୍ଗଳବାର ଦିନ ସିମୁଳିଆ ଥାନାଅଧିକାରିଣୀ ସ୍ୱର୍ଣ୍ଣଲତା ମିଞ୍ଜଙ୍କ ନେତୃତ୍ୱରେ ଚଡାଉ କରି ଡୁଙ୍ଗୁରା ଅଞ୍ଚଳର ଭିକାରୀ ଦଳେଇଙ୍କ ପୁଅ ସନ୍ତୋଷ କୁମାର ଦଳେଇ (୨୫) ବର୍ଷ, ଗରସଙ୍ଗ ଅଞ୍ଚଳର ଦୈତାରି ସେଠୀଙ୍କ ପୁଅ ପ୍ରଶାନ୍ତ ସେଠୀ (୨୩) ବର୍ଷ ଓ ମକରନ୍ଦ ସେଠୀଙ୍କ ପୁଅ ମଣ୍ଟୁ ସେଠୀ (୨୮) ବର୍ଷକୁ ଗିରଫ କରି ସେମାନଙ୍କ ନିକଟରୁ କମ୍ପ୍ୟୁଟର, ମନିଟର ଓ ଏଲ.ସି.ଡିଟି ଏବଂ ନଗଦ ୯ଶହ ଟଙ୍କା ଉଦ୍ଧାର କରାଯାଇଛି। ଗରସଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଏ.ଏନ.ଏମ ଦିଦିଙ୍କ ଘରୁ ଓ ଗରସଙ୍ଗ ବଜାରରୁ ଚୋରୀ ଅଭିଯୋଗରେ ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories