www.samajalive.in
Saturday, December 6, 2025
26.1 C
Bhubaneswar

ଅସହାୟ ଅବସ୍ଥାରେ ଦେବକୀ

ହରଭଙ୍ଗା: ହରଭଙ୍ଗା ବ୍ଲକ କୁଶଙ୍ଗ ପଞ୍ଚାୟତ ଅର୍ନ୍ତଗତ କୁମାରୀ ମଧ୍ୟ ଇଂରାଜୀ ସ୍କୁଲ ନିକଟରେ ଦେବକୀ ଦେହୁରୀ ନାମ୍ନୀ ଜଣେ ଅସହାୟ ବୃଦ୍ଧା ବେସାହାରା ଅବସ୍ଥାରେ ବର୍ଷା ସମୟରେ ପାଳଛିଞ୍ଚା କୁଡିଆ ଘରେ ଆଶ୍ରୟ ନେଇଛନ୍ତି। ଦେବକୀଙ୍କ ମାନସିକ ଅବସ୍ଥା ଠିକ୍ ନଥିବାବେଳେ ଦୀର୍ଘଦିନ ହେଲା ସେ ଏହି କୁଡ଼ିଆରେ ଜୀବନ ବିତାଉଥିବା ଜଣାପଡ଼ିଛି। ମାତ୍ର ଗତ ମଙ୍ଗଳବାରଠାରୁ ବ୍ଲକରେ ଅବିଶ୍ରାନ୍ତ ବର୍ଷା ଯୋଗୁଁ ବୃଦ୍ଧା ଜଣକ ଅତି ଦୟନୀୟ ଅବସ୍ଥାରେ ଜୀବନ କାଟୁଥିବା ଦେଖିବାକୁ ମିଳିଛି। ବର୍ଷାରେ ଲୁଗାପଟା ସବୁ ଓଦା ହୋଇଥିବାବେଳେ ବୃଦ୍ଧାଙ୍କ ଏଭଳି ଦୟନୀୟ ଅବସ୍ଥାକୁ ଦେଖିଲେ ଯେ କହି ଆହା କରୁଛି। ତୁରନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ଦେବକୀଙ୍କୁ ଜରାଶ୍ରମରେ ଥଇଥାନ କରାଯିବାକୁ ସମାଜସେବୀ ଭିକାରୀ ଚରଣ ବାଈ ଦାବି କରିଛନ୍ତି।

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories