www.samajalive.in
Tuesday, December 9, 2025
16.1 C
Bhubaneswar

ପ୍ରଦୀପ ମହାରଥୀଙ୍କ ଇସ୍ତଫା ଦାବିରେ ମହିଳା କଂଗ୍ରେସର ଶୋଭାଯାତ୍ରା

ଭୁବନେଶ୍ୱର : ମୃତ ପିପିଲି ପୀଡ଼ିତାଙ୍କ ଉପରେ ନ୍ୟାୟାଳୟର ରାୟକୁ ନେଇ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ତାଚ୍ଛଲ୍ୟ ଓ କଟୁ ମନ୍ତବ୍ୟର ପ୍ରତିବାଦରେ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ମହିଳା କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରିବାକୁ ଯାଉଥିବା ଶୋଭାଯାତ୍ରାକୁ ପୁଲିସ ଅଟକାଇବାରୁ ଶିଶୁଭବନ ଛକରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଗୁରୁବାର ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଶତାଧିକ ମହିଳା କଂଗ୍ରେସ କର୍ମକର୍ତ୍ତାମାନେ ମଧ୍ୟାହ୍ନରେ କଂଗ୍ରେସ ଭବନରୁ ଏକ ବିରାଟ ଶୋଭାଯାତ୍ରାରେ ନବୀନ ନିବାସ ଘେରାଉ କରିବାକୁ ଯାଉଥିବାବେଳେ ଶିଶୁଭବନ ଠାରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଦୀର୍ଘ ୧ଘଣ୍ଟା ବ୍ୟାପୀ ମହିଳା କଂଗ୍ରେସ ନେତ୍ରୀ ଓ ପୋଲିସଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ନାରୀନେତ୍ରୀ ଦେବୀଦାସୀ ମହାନ୍ତିଙ୍କ ଠେଲାପେଲାରେ ଆହତ ହୋଇଥିଲେ ବୋଲି କଂଗ୍ରେସ କହିଛି। ତାଙ୍କର ଛାତିରେ ଆଘାତ ହେବାରୁ ସେ କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ପୁଲିସଙ୍କ ଉପରକୁ ମହିଳା କଂଗ୍ରେସ ପକ୍ଷରୁ ଟମାଟୋ ଫିଙ୍ଗାଯାଇଥିଲା। କିଛି ସମୟ ପାଇଁ ପୁଲିସ ଓ କର୍ମୀଙ୍କ ମଧ୍ୟରେ ଠେଲାପେଲା ଅଣାୟତ ପରିସ୍ଥିତି ସୃଷ୍ଟି ହୋଇଥିଲା। ୫୦୦ରୁ ଊର୍ଦ୍ଧ୍ବ ମହିଳାନେତ୍ରୀ ଓ କର୍ମୀଙ୍କୁ ପୁଲିସ ଗିରଫ କରି ପରେ ଛାଡ଼ିଦେଇଥିଲେ। ମୁଖ୍ୟମନ୍ତ୍ରୀ ଅବିଳମ୍ବେ ମହାରଥୀଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ନକଲେ ସାରା ଓଡ଼ିଶାରେ ମହିଳା କଂଗ୍ରେସ ତୀବ୍ର ଆନ୍ଦୋଳନ, ପ୍ରତିବାଦ ଜାରି ରଖିବ ବୋଲି ଶ୍ରୀମତୀ ଜେନା ଚେତାବନୀ ଦେଇଛନ୍ତି।
ଏହି ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡା,ଅଜୟନ୍ତୀ ପ୍ରଧାନ, ବିଜୟଲକ୍ଷ୍ମୀ ସାହୁ, ସରସ୍ୱତୀ ହେମ୍ବ୍ରମଙ୍କ ସମେତ ଜିଲା ମହିଳା କଂଗ୍ରେସର ସବୁ ଜିଲାର ସଭାପତି, ରାଜ୍ୟ କମିଟିର ସମସ୍ତ କର୍ମକର୍ତ୍ତର୍ା ରୀତାଶ୍ରୀ ମହାନ୍ତି, ଶୁଭଶ୍ରୀ ପଣ୍ଡା, ରଶ୍ମି ମହାପାତ୍ର, ଶୋଭାମୟୀ ସିଂହ, ଜୟଶ୍ରୀ ପଟ୍ଟନାୟକ, ଭାଗ୍ୟଶ୍ରୀ ପ୍ରଧାନ, ପ୍ରତିମା ମଲ୍ଲିକ, ସ୍ମୃତି ପହି, ରଞ୍ଜିତା ରାଉତ, ନିରୁପମା ପାତ୍ର, ସବିତା ଧିର, ଶୈଳବାଳା ଜେନା, ବନ୍ଦିତା ପଟ୍ଟନାୟକ, ମଞ୍ଜୁ ବାରିକ, ସ୍ୱରୂପା ତ୍ରିପାଠୀ, ରତ୍ନମଣୀ ଉଲ୍ଲାକା, ବୀଣାପାଣି ସାମଲ, ମମତାଞ୍ଜଳି ବେହେରା, କବିତା ନାୟକ, ପ୍ରତିମା ପଣ୍ଡା, ସବିତା ଚାନ୍ଦ, ସୁଚିତ୍ରା ବେହୁରା, ଉର୍ବଶୀ ମିଶ୍ର, ନୀଳିମା ଅଗ୍ରୱାଲା, ଉଲ୍ଲାସ ମଲ୍ଲିକ,ଏଲ ମାଣିପ୍ରଭ, କୁସୁମ ପ୍ରଧାନ, ଉମାରାଣୀ ପାଣି, ଦୀପ୍ତି ପ୍ରଧାନ, ଜ୍ୟୋତ୍ସ୍ନାରାଣୀ ଦାସ, ମିତା ରାୟ, ରେଣୁବାଳା ରାଉତ, ଶ୍ରୀୟା ସମ୍ବେଦନା, ରଞ୍ଜିତା ହେମ୍ବ୍ରମ, ବୈଶାଳୀ ବେହେରା, ସୁଜାତା ଜେନା, ଅମ୍ରିତା ଦାସ, ସିଲି ସେଠୀ, ପ୍ରଣତୀ ମିଶ୍ର, ନିର୍ମଳା ମଲ୍ଲିକ, କନକଲତା ମଲ୍ଲିକ, ଅନ୍ନପୂର୍ଣ୍ଣା ସାହୁ, ସୁରେଖା ମଲ୍ଲିକ, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ପ୍ରଭାତୀ ମିଶ୍ର, ବୈଶାଳୀ ନାୟକ, ରେଖା ହୋତା, ପ୍ରଭାବତୀ ପଟ୍ଟନାୟକ ପ୍ରମୁଖ ବହୁ ମହିଳା କଂଗ୍ରେସ ନେତ୍ରୀଙ୍କୁ ପୁଲିସ ଗିରଫ କରି ଛାଡି ଦେଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories