www.samajalive.in
Thursday, December 11, 2025
23.1 C
Bhubaneswar

ହିମ ସ୍ଖଳନରେ ଜଣେ ଯବାନ ମୃତ, ଜଣେ ଗୁରୁତର

ଜାମ୍ମୁ : ଜାମ୍ମୁ କାଶ୍ମୀର ପୁଞ୍ଝରେ ଗୁରୁବାର ହିମ ସ୍ଖଳନରେ ସେନାର ଜଣେ ଯବାନଙ୍କ ମୃତ୍ୟୁ ଘଟିଛି ଓ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଗୁରୁବାର ସକାଳେ ହିମ ଝଡ଼ ପରେ ଘଟିଛି। ବରଫ ପାହାଡ଼ର ଏକ ବଡ଼ ଖଣ୍ଡ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଥିବା ସେନା ପୋଷ୍ଟ ଉପରକୁ ଖସିପଡ଼ିଥିଲା। ଏହି ବରଫ ଖଣ୍ଡ ତଳେ ଚାପି ହୋଇ ଲାନ୍ସନାଏକ ସପନ ମେହରାଙ୍କ ମୃତ୍ୟୁ ଘଟିଛି ଓ ଲାନ୍ସନାଏକ ହରପ୍ରୀତ ସିଂହ ଗୁରୁତର ଆହତ ହୋଇଛନ୍ତି।
ଉଲ୍ଲେଖ ଯେ ଜାମ୍ମୁ କାଶ୍ମୀର, ଲଦାଖ ଏବଂ ହିମାଚଳ ପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ହିମପାତ ନେଇ ବୁଧବାର ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଥିଲା। କାଶ୍ମୀର ବାନ୍ଦିପୁରା, ବାରାମୁଳା, ଅନନ୍ତନାଗ, କୁଲଗାଓଁ, ବଡ଼ଗାଓଁ, ଗାନ୍ଧରବଳ, ହେଲ ଏବଂ କାର୍ଗିଲ ଜିଲାର ହିମସ୍ଖଳନର ସମ୍ଭାବନା ଥିବା ଅଞ୍ଚଳରେ ଜାନୁଆରୀ ୨ ସନ୍ଧ୍ୟା ୫ଟାରୁ ଜାନୁଆରୀ ୩ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ହିମସ୍ଖଳନ ହେବ ବୋଲି ସତର୍କ ସୂଚନା ଜାରି କରାଯାଇଥିଲା।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories