www.samajalive.in
Monday, December 8, 2025
27.1 C
Bhubaneswar

ଅପରାଧୀଙ୍କୁ ସାବାଡ଼ ପାଇଁ ଓଡ଼ିଶାରେ ଉତ୍ତରପ୍ରଦେଶ ଫର୍ମୁଲା

ଝାରସୁଗୁଡ଼ା/ବନ୍ଧବାହାଲ : ଉତ୍ତରପ୍ରଦେଶ ଭଳି ଝାରସୁଗୁଡ଼ାରେ ଆରମ୍ଭ ହୋଇଛି ବୁଲଡୋଜର ଫର୍ମୁଲା। ଅପରାଧୀଙ୍କୁ ସାବାଡ଼ କରିବା ପାଇଁ ପୁଲିସ ପକ୍ଷରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ଗତକାଲି ଗୁଳିମାଡ଼ ଘଟଣାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ମହମ୍ମଦ ସୋନୁର ଘର ସହିତ ୭ଟି ଦୋକାନ ଘରକୁ ବୁଲଡୋଜର ଲଗାଇ ଭଙ୍ଗାଯାଇଛି। ଜବରଦଖଲ କରି ଏଭଳି ଅପରାଧିକ କାର୍ଯ୍ୟକଳାପରେ ସଂପୃକ୍ତ ରହୁଥିବା ଅପରାଧିକୁ ସାବାଡ଼ କରିବା ପାଇଁ ଏଭଳି ଅଭିଯାନ ଜାରି ରହିବ ବୋଲି ପୁଲିସ ଅଧୀକ୍ଷକ ସ୍ମିତ ପି ପରମାର କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ପୁଲିସ ଅଧୀକ୍ଷକ ସ୍ମିତ ପି ପରମାର କହିଥିଲେ, ଜବରଦଖଲ କରି ସୋନୁର ପରିବାର ରହିବା ସହିତ ଲୋକମାନଙ୍କୁ ଭୟଭୀତ କରୁଥିଲେ। ଅସ୍ତ୍ରଶସ୍ତ୍ର ଦେଖାଇ ଡରାଇବା ସହିତ ଅପରାଧିକ କାର୍ଯ୍ୟ ତଥା ବନ୍ଧୁକ କାରବାରରେ ଲିପ୍ତ ରହିଥିଲେ। ଅନ୍ୟମାନଙ୍କୁ ମଧ୍ୟ ଉସୁକାଉଥିଲେ। ଆଇନଶୃଙ୍ଖଳା ଭଙ୍ଗ କରି ଚାଲିଥିଲେ। ଗତକାଲି ଗୁଳିମାଡ଼ ଘଟଣାରେ ଗିରଫ ହୋଇଥିବା ମହମ୍ମଦ ସୋନୁ(୨୫) ନାମରେ ୪ଟି ମାମଲା ରହିଥିବା ବେଳେ ପରିବାରରେ ଥିବା  ଆଉ ୪ ଭାଇ ମହମ୍ମଦ କମଲ(୩୩) ନାମରେ ୧୯ଟି ମାମଲା, ମହମ୍ମଦ ଜଲିଲ(୪୫) ନାମରେ ୩ଟି ମାମଲା, ମହମ୍ମଦ ଜମାଲ(୪୨) ନାମରେ ୪ଟି ମାମଲା ଓ ମହମ୍ମଦ ସେହଜାଦ(୪୦) ନାମରେ ୪ଟି ମାମଲାକୁ ମିଶାଇ ମୋଟ ୩୪ ଗୁରୁତର ଅପରାଧିକ ମାମଲା ରହିଥିବା ପୁଲିସ ଜାଣିବାକୁ ପାଇଥିଲା। ଜବରଦଖଲ କରି ଏମାନେ ଏପରି ଅପରାଧିକ କାର୍ଯ୍ୟକଳାପ କରୁଥିବା ଲୋକମାନେ ଅଭିଯୋଗ କରିଆସୁଥିଲେ। ଆଜି ଉକ୍ତ ପରିବାର ପ୍ରତି ଆକ୍ସନ ମୋଡ଼କୁ ଆସିଛି ଝାରସୁଗୁଡ଼ା ପୁଲିସ। ଜବରଦଖଲ କରିଥିବା ଘରକୁ ଭାଙ୍ଗିବା ସହିତ ଏହା ପାଖରେ ଥିବା ୭ଟି ଦୋକାନ ଘରକୁ ମଧ୍ୟ ଉଚ୍ଛେଦ କରାଯାଉଛି ବୋଲି ପୁଲିସ ଅଧୀକ୍ଷକ ଶ୍ରୀ ପରମାର କହିଛନ୍ତି।

- Advertisement -

ରାଜ୍ୟ ସରକାରଙ୍କ ପକ୍ଷରୁ ନି​‌ର୍ଦ୍ଦେଶ ଆସିବା ପରେ ଜିଲା ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ବନ୍ଧବାହାଲରେ ଜବରଦଖଲ କରି ରହି ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ମହମ୍ମଦ ସୋନୁର ପରିବାରକୁ ପୂର୍ବରୁ ନୋଟିସ ଜାରି କରାଯାଇ ଉଚ୍ଛେଦ କରାଯିବ ବୋଲି କୁହାଯାଇଥିଲା। ଗତ ୧୬ତାରିଖ ସନ୍ଧ୍ୟାରେ ରମ୍ପେଲା ସେତୁ ଉପରେ ଗୁଳିମାଡ଼ ଘଟଣା ପରେ ବନ୍ଧବାହଲ ଅଞ୍ଚଳର ଜନସାଧାରଣ ଏମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ​‌। ଗତ ଦୁଇ ବର୍ଷ ତଳେ ସ୍ଥାନୀୟ ଜନସାଧାରଣ ଏହାର ପ୍ରତିବାଦ କରିଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ଏହା ସ୍ଥଗିତ ରହିଥିଲା। ୧୬ ତାରିଖ ଗୁଳିକାଣ୍ଡ ଘଟଣା ପରେ ପୁଣି ସ୍ଥାନୀୟ ଜନସାଧାରଣ ବିରୋଧ କରିଥିଲେ। ଗୁଳିକାଣ୍ଡ ଘଟାଇଥିବା ଯୁବକ ଓ ତାର ସହଯୋଗୀମାନେ ଉକ୍ତ ସ୍ଥାନରେ ବ୍ୟବସାୟିକ କେନ୍ଦ୍ର କରି ଅପରାଧୀକ କାର୍ଯ୍ୟକଳାପ ଜାରି ରଖିଥିଲେ।  ସମ୍ବଲପୁର ଡିଆଇଜି ହିମାଂଶୁ ଲାଲ, ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକ ଓ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପ୍ରଧାନଙ୍କ ନେତୃତ୍ବରେ ଦୁଇ ପ୍ଲାଟୁନ୍ ଫୋର୍ସ ଉପସ୍ଥିତିରେ ବନ୍ଧବାହାଲ ସରଣ୍ଡାମାଲ ମୁଖ୍ୟ ରାସ୍ତା ଉପରେ ଜବର ଦଖଲ ଉଚ୍ଛେଦ କରାଯାଇଛି। ଦିନ ୧୨ଟାରୁ ସରଣ୍ଡାମାଲ ପଞ୍ଚାୟତ ମୁଖ୍ୟ ରାସ୍ତା ଉପରେ ଥିବା ମାଂସ ଦୋକାନ, ଗ୍ୟାରେଜ,ସହ ଅନ୍ୟାନ୍ୟ ଦୋକାନ ଗୁଡ଼ିକ ଉପରେ ବୁଲଡୋଜର ଚଢ଼ାଇ ଉଚ୍ଛେଦ କରାଯାଇଥିଲା। ଏହି ଅଭିଯାନକୁ ସ୍ଥାନୀୟ ଜନସାଧାରଣ ସମର୍ଥନ ରହିଥିବାରୁ କୌଣସି ଅପ୍ରିତୀକର ପରିସ୍ଥିତି ଦେଖିବାକୁ ମିଳିନଥିଲା।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିର୍ବାଚିତ ଭାଷଣ ସମ୍ବଳିତ ପୁସ୍ତକ ”ୱିଙ୍ଗ୍ସ ଟୁ ଆୱାର ହୋପ୍ସ୍’ ଉନ୍ମୋଚିତ

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories