www.samajalive.in
Tuesday, December 9, 2025
17.1 C
Bhubaneswar

ଭିଏସଏସ ଷ୍ଟାଡିୟମରେ ହେବ ଜାତୀୟସ୍ତରର ଫୁଟବଲ ପ୍ରତିଯୋଗିତା

ସମ୍ବଲପୁର: ସମ୍ବଲପୁରର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମ ଠାରେ ଆଗାମୀ ଦିନରେ ସର୍ବଭାରତୀୟ ବୀର ସୁରେନ୍ଦ୍ର ସାଏ କପ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ଏନେଇ ଜିଲା କ୍ରିଡା ସଂଘ ପକ୍ଷରୁ ସୂଚନା ଦିଆଯାଇଛି । ଜିଲା କ୍ରିଡା ସଂଘର ସାଧାରଣ ସମ୍ପାଦକ ସୁନୀଲ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ଗୁରୁବାର ଜିଲାପାଳଙ୍କୁ ସାକ୍ଷାତକାର କରିଛନ୍ତି । ଏହି ସାକ୍ଷାତକାର ସମୟରେ ବିଗତ ରାଜ୍ୟ ସରକାରଙ୍କ ଦ୍ୱାରା ଭିଏସଏସ ଷ୍ଟାଡିୟମର ପୁନଃ ବିକାଶ ସମ୍ପର୍କରେ ଆଲୋଚନା ସହିତ ଆଗାମୀ ସେପ୍ଟେମ୍ବର ମାସରେ ଜାତୀୟସ୍ତରର ଫୁଟବଲ ପ୍ରତିଯୋଗିତା ଆୟୋଜନ କରିବାକୁ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ।
ଏଥିସହ ଆଲୋଚନା ସମୟରେ ବିଗତ କିଛି ବର୍ଷ ହେବ ଜିଲା କ୍ରିଡା ସଂଘର ବାର୍ଷିକ ସାଧାରଣ ପରିଷଦର ବୈଠକ ହୋଇନଥିବାରୁ ଏହା ଆୟୋଜନ କରିବାକୁ ମଧ୍ୟ ଅନୁରୋଧ କରାଯାଇଥିଲା । ସମସ୍ତ ବିଷୟରେ ଅବଗତ ହେବା ପରେ ଜିଲାପାଳ ଆଗାମୀ ଅଗଷ୍ଟ ମାସରେ ଏହି ବାର୍ଷିକ ସାଧାରଣ ପରିଷଦର ବୈଠକ ଆୟୋଜିତ ହେବ ବୋଲି ପ୍ରତିନିଧି ମଣ୍ଡଳକୁ ପ୍ରତିଶ୍ରୁତି ଦେଇଛନ୍ତି । ଫଳରେ ଅନେକ ଦିନରୁ ଗଡି ଆସୁଥିବା ଅନେକ ସମସ୍ୟା ଗୁଡିକର ସମାଧାନ ହୋଇ ପାରିବ ବୋଲି ଆଶା ରହିଛି । ଆଜିର ପ୍ରତିନିଧି ମଣ୍ଡଳରେ କ୍ରିଡା ସଂଘର କ୍ରିକେଟ ସଚିବ ଅବିନାଶ ନନ୍ଦ, କ୍ରିଡା ସଚିବ ବିକାଶ କେଶର ମିଶ୍ର, ଫୁଟବଲ ସଚିବ ଅବଦୁଲ ଗଫାର, ଖେଳ ସଚିବ ରାଜେଶ ସେଟ, କାଉନସିଲ ସଦସ୍ୟ ଶାନ୍ତନୁ ନନ୍ଦ, କୁନ୍ଦନ ପ୍ରଧାନ, ମନୋଜ ଭୋଇ, ମହମ୍ମଦ ଇସାକ, ରତିକାନ୍ତ ମହାନ୍ତି ଓ ମଥୁରା ଓରାମ ପ୍ରମୁଖ ସାମିଲ ରହିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories