www.samajalive.in
Wednesday, December 10, 2025
18.1 C
Bhubaneswar

ଏଣିକି ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ଲେଖାହେବ, ୨୨ଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ହେବ ବହି :କୁଳପତି

ଭୁବନେଶ୍ବର:  ଏଣିକି ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ଲେଖାହେବ।  ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ଲେଖିବା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟକୁ ଭାଷା ସାହିତ୍ୟ ସମିତିର ନୋଡାଲ ବିଶ୍ବବିଦ୍ୟାଳୟ ହୋଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୨ଟି ଆଞ୍ଚଳିକ ଭାଷାରେ ପାଠ୍ୟପୁସ୍ତକ ଲେଖିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁବାଦ ନୁହେଁ ଆଞ୍ଚଳିକ ଭାଷାରେ ପୁସ୍ତକ ଲେଖିବାକୁ ସରକାର ଯୋଜନା କରିଛନ୍ତି ବୋଲି ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।

ଉତ୍କଳ ବିଶ୍ବବିଦ୍ୟାଳୟର ଇଂରାଜୀ ବିଭାଗ ଏବଂ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ତିନିଦିନିଆ ‘ବିଶ୍ୱ ଦକ୍ଷିଣାଞ୍ଚଳ ସାହିତ୍ୟ ଅନୁବାଦ : ଆହ୍ୱାନ, ପ୍ରଶ୍ନ ଏବଂ ବିତର୍କ’ ଶୀର୍ଷକ ତିନି ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଉଦଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ କହିଥିଲେ ଯେ ସାହିତ୍ୟର ଅନୁବାଦ କେବଳ ଭାଷାଭିତ୍ତିକ କାର୍ଯ୍ୟ ନୁହେଁ, ଏହା ଏକ ସାଂସ୍କୃତିକ କାର୍ଯ୍ୟ, ଯାହା ଚଳନଶୀଳ ଅର୍ଥକୁ ବ୍ୟାଖ୍ୟା କରିଥାଏ ଓ ପାଠରେ ରୂପାନ୍ତରିତ ହୋଇଥାଏ।  ଏ ସଂକ୍ରାନ୍ତରେ ବିଶ୍ବବିଦ୍ୟାଳୟ ମଞ୍ଜୁରୀ ଆୟୋଗ(ୟୁଜିସି)ର ସମ୍ମିଳନୀରେ ଆଲୋଚନା ହୋଇଛି। ଏଥିରେ ଉତ୍କଳକୁ ଭାଷା ସାହିତ୍ୟ ସମିତିର ନୋଡାଲ ବିଶ୍ବବିଦ୍ୟାଳୟ କରାଯାଇଛି। ଅନୁବାଦ ପୁସ୍ତକ ନୁହେଁ ସରକାର ଆଞ୍ଚଳିକ ଭାଷାରେ ପୁସ୍ତକ ଲେଖିବା ପାଇଁ ଯୋଜନା କରିଛନ୍ତି। ୨୨ ଟି ଆଞ୍ଚଳିକ ଭାଷାରେ ବହି ଲେଖିବାକୁ ଯୋଜନା ରଖିଛନ୍ତି ବୋଲି ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି। ପ୍ରତ୍ୟେକ ଡିଗ୍ରୀ କଲେଜରେ ପ୍ରତିଟି ବିଷୟ ଓଡ଼ିଆ ଭାଷାରେ ପ୍ରସ୍ତୁତ ହେବ। କଳା, ବାଣିଜ୍ୟ, ବିଜ୍ଞାନ ଓ ପରିଚାଳନା ପାଠ୍ୟକ୍ରମଗୁଡ଼ିକ ପାଇଁ ଉତ୍କଳ ସମତେ ରାଜ୍ୟ ସବୁ ବିଶ୍ବବିଦ୍ୟାଳୟ ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ଲେଖିବେ। ଆମ ଐତିହ୍ୟ ଓ ଭାରତୀୟ ସଂସ୍କୃତି ବେଶ ସମୃଦ୍ଧ। ଅନୁବାଦ ଆଲେଖ୍ୟ ପ୍ରକାଶନ ଭାଷାକୁ ଉଚ୍ଚତର ସୋପାନକୁ ନେଇଥାଏ, ଯାହ  ଭାଷାରେ ଦକ୍ଷତା ହାସଲ ଓ ଏହାର ବିକାଶ ଦିଗରେ ସହାୟକ ହୋଇଥାଏ ବୋଲି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଥିଲେ।

- Advertisement -

ଇଂରାଜୀ ବିଭାଗ ମୁଖ୍ୟ ପ୍ରଫେସର ଅସୀମ ରଞ୍ଜନ ପାଢ଼ୀ ସ୍ବାଗତ ଭାଷଣ ଦେଇଥିବାବେଳେ ସମ୍ମିଳନୀର ନିର୍ଦେଶିକା ଡ. ତନୁତୃଷ୍ଣା ପାଣିଗ୍ରାହୀ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ସହଯୋଗୀ ଆବାହକ ପୁଲସ୍ତ୍ୟ ଜାନି ଧନ୍ୟବାଦ ଦେଇଥିଲେ। ତିନିଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶବିଦେଶରୁ ବହୁ ସଂଖ୍ୟକ ଗବେଷକ, ପ୍ରାଧ୍ୟାପକ ଓ ଛାତ୍ରଛାତ୍ରୀ ଯୋଗଦେଇଛନ୍ତି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories