ଘଣ୍ଟାପଡା: କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧୀନ ମାଣିକପୁର ଗ୍ରାମରେ ଏକ ଅଘଟଣ ଦେଖିବାକୁ ମିଳିଛି। କୂଅରେ ପଡ଼ି ନାବାଳିକାର ମୃତ୍ୟୁ ହୋଇଛି। ସୂଚନାପ୍ରକାରେ ବୁଧବାର ଗଣେଶ ମହାନନ୍ଦଙ୍କ ନାବାଳିକା ଝିଅ ସୁନି ମହାନନ୍ଦ(୧୭) ଦାନ୍ତ ଘଷିବାକୁ ନିକଟସ୍ଥ କୂଅକୁ ଯାଇଥିଲା। ପୂର୍ବରୁ ଅପସ୍କାର ରୋଗରେ ପିଡ଼ିତ ଝିଅ ସୁନିକୁ ହଠାତ ଉକ୍ତ ରୋଗର ଲକ୍ଷଣ ଦେଖାଯିବାରୁ ସେ ଭାରସାମ୍ୟ ହରାଇ କୂଅ ଭିତରେ ପଡିଯାଇଥିଲା । ଶବ୍ଦ ଶୁଣି ପରିବାର ଲୋକ ଯାଇ ଦେଖିଲେ ଯେ ଝିଅ କୂଅ ମଧ୍ୟରେ ପଡ଼ି ଛଟପଟ ହେଉଛି।
କୂଅ ଗଭୀର ଥିବାରୁ ତାକୁ ତୁରନ୍ତ ଉଦ୍ଧାର କରିବାକୁ ସକ୍ଷମ ହୋଇ ନ ପାରିବାରୁ ଘଣ୍ଟାପଡ଼ା ଥାନାକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି କଣ୍ଟାମାଳ ଦମକଳ ବିଭାଗକୁ ଖବର ଦେଇଥିଲେ। ଦମକଳ ବିଭାଗର କର୍ମଚାରୀ ପହଞ୍ଚି କୁଅରୁ ଝିଅକୁ ଉଦ୍ଧାର କରିଥିଲେ। ସଂଗେ ସଂଗେ କଣ୍ଟାମାଳ ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ।ଶବ ବ୍ୟବଚ୍ଛେଦ ପାଇଁ ମନମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହିତ ଘଣ୍ଟାପଡ଼ା ପୋଲିସ ଏନେଇ କେସ ନଂ. ୩/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ନେଇ ଥାନାଧିକାରୀ ମାଧବ ଚନ୍ଦ୍ର ଟାକ୍ରି ପ୍ରକାଶ କରିଛନ୍ତି।



