www.samajalive.in
Sunday, December 7, 2025
16.1 C
Bhubaneswar

ସାକ୍ଷାତକାର ପାଇଁ ପହଞ୍ଚିଲେ ହଜାର ହଜାର ଆଶାୟୀ, ଉପୁଜିଲା ଦଳାଚକଟା ପରିସ୍ଥିତି

ସମାଜ ଡିଜିଟାଲ ଡେସ୍କ: ଦେଶରେ ବେକାରୀ ସମସ୍ୟା କେତେ ଉତ୍କଟ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି ମହାରାଷ୍ଟ୍ରର ମୁମ୍ବଇରେ। ଏକ ସାକ୍ଷାତକାର ଜରିଆରେ ସିଧାସଳଖ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିବା ପରେ ପହଞ୍ଚିଛନ୍ତି ହଜାର ହଜାର ଆଶାୟୀ। ଯେଉଁଥିପାଇଁ ସୃଷ୍ଟି ହୋଇଥିଲା ଦଳାଚକଟା ପରିସ୍ଥିତି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁମ୍ବଇର କାଲିନା ଅଞ୍ଚଳରେ।

ସୂଚନା ଅନୁସାରେ, ଏୟାର ଇଣ୍ଡିଆ ଏୟାର ସର୍ଭିସେସ ଲିମିଟେଡ ପକ୍ଷରୁ କିଛି ପଦବୀରେ ସିଧାସଳଖ ନିଯୁକ୍ତି ପାଇଁ ସାକ୍ଷାତକାର ଆହ୍ବାନ କରାଯାଇଥିଲା। ଆଶାୟୀମାନଙ୍କୁ ସାଥୀରେ ବାୟୋଡାଟା ସହିତ ଆସିବାକୁ କୁହାଯାଇଥିଲା। ହେଲେ ଏତେ ସଂଖ୍ୟକ ଆଶାୟୀ ସାକ୍ଷାତକାର ପାଇଁ ଆସି ପହଞ୍ଚିଥିଲେ ଯେ ନିଯୁକ୍ତି ପ୍ରଦାନକାରୀ ସଂସ୍ଥାର ଅଧିକାରୀଙ୍କ ମୁଣ୍ଡ କାମ କରି ନ ଥିଲା। ହଜାର ହଜାର ଅଶାୟୀଙ୍କ ଭିଡ଼ ଦେଖି ଅଧିକାରୀମାନେ ହଡବଡେଇ ଯାଇଥିଲେ। କାଲିନା ଅଞ୍ଚଳରେ ଥିବା ସହର ଥାନା ନିକଟ ଜିଏସଡି କଂପ୍ଲେକ୍ସରେ ଏହି ସାକ୍ଷାତକାର କାର୍ଯ୍ୟକ୍ରମ ରଖାଯାଇଥିବାବେଳେ ସେହି ଅଞ୍ଚଳର ରାସ୍ତାଘାଟ ସମ୍ପୂର୍ଣ୍ଣ ଭାବେ ଜାମ ହୋଇଯାଇଥିଲା। ଭିଡ଼ ଯୋଗୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। ଏପରି କି ପାଦ ରଖିବାକୁ ବି ଜାଗା ନ ଥିଲ।। ପୁଲିସ ବି ନିରୁପାୟ ହୋଇପଡ଼ିଥିଲା। ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯିବା ସାଙ୍ଗକୁ ବାୟୋଡାଟା ଦାଖଲ ପାଇଁ ଠେଲାପେଲା ଯୋଗୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଶେଷରେ ଅଧିକାରୀମାନେ ଆଶାୟୀମାନଙ୍କୁ ନିଜ ବାୟୋଡାଟା ଦାଖଲ କରି ଉକ୍ତ ଅଞ୍ଚଳରୁ ବାହାରକୁ ଚାଲିଯିବାକୁ ପରାମର୍ଶ ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories