www.samajalive.in
Saturday, December 6, 2025
26.1 C
Bhubaneswar

ଜିଓର ସବୁଠୁ ଶସ୍ତା ପ୍ଲାନ୍‌ ! ମାତ୍ର ୫ ଟଙ୍କାରେ ଦୈନିକ ଅସୀମିତ କଲିଂ, ଡାଟା

ସମାଜ ଡିଜିଟାଲ ଡେସ୍କ: ଜିଓ ପକ୍ଷରୁ ନୂଆ ପ୍ଲାନ୍‌ ଦିଆଯାଉଛି। ଯଦି ଆପଣ ମଧ୍ୟ କୌଣସି ନୂଆ ପ୍ଲାନ୍‌ର ସନ୍ଧାନ କରୁଛନ୍ତି, ତେବେ ଜିଓର ଏହି ଅସୀମିତ କଲିଂ ପ୍ଲାନ୍‌ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ସାବ୍ୟସ୍ତ ହୋଇପାରେ। ବିଶେଷ କଥା ହେଉଛି ଏହାକୁ ଆପଣ କେବଳ My Jio ଆପ୍‌ରୁ ରିଚାର୍ଜ କରିପାରିବେ। ଏହି ପ୍ଲାନ୍ ଅନ୍ୟ କୌଣସି ଆପ୍‌ରେ ଉପଲବ୍ଧ ନାହିଁ।

ଜିଓର ୧୮୯୯ ରିଚାର୍ଜ ହେଉଛି ଏହିପରି ଏକ ପ୍ଲାନ୍‌। ଏହାର ବୈଧତା ୩୩୬ ଦିନ। ଅର୍ଥାତ୍ ଦୈନିକ ପ୍ରାୟ ମାତ୍ର ୫ ଟଙ୍କାରେ ଆପଣ ଅସୀମିତ କଲିଂ, ଡାଟା ଏବଂ ଏସଏମଏସ ପାଇପାରିବେ। ତେବେ ଏଥିରେ ଡାଟା ୨୪ ଜିବି ମିଳିବ। କିନ୍ତୁ ଏହି ପ୍ଲାନ୍‌ ସେହି ଉପଭୋକ୍ତାମାନଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ, ଯେଉଁମାନେ କୌଣସି ଭଲ ପ୍ଲାନ୍ ସନ୍ଧାନରେ ଅଛନ୍ତି। କାରଣ ଏଥିରେ ଉପଲବ୍ଧ ଅଫରଗୁଡ଼ିକର କୌଣସି ତୁଳନା ନାହିଁ।

- Advertisement -

ଯଦି ପ୍ଲାନ୍‌ର ହାରାହାରି ମୂଲ୍ୟ ହିସାବ କରାଯାଏ ତେବେ ଏହା ପ୍ରତିଦିନ ୫ ଟଙ୍କା ହିସାବରେ ଉପଲବ୍ଧ। ଏହାପରେ ଆପଣଙ୍କୁ କଲିଂ ପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ। କମ୍ପାନୀ ଏହାକୁ ବାର୍ଷିକ ପ୍ଲାନ୍‌ ନାଁରେ ବିକ୍ରି କରେ। ତେବେ ପୂର୍ବରୁ ଏହି ପ୍ଲାନ୍‌ ବହୁତ ଶସ୍ତା ଥିଲା ଏବଂ ଏଥିପାଇଁ ଆପଣଙ୍କୁ ୧୫୯୯ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଥିଲା। କିନ୍ତୁ ଜୁଲାଇ ୩ରୁ ମୂଲ୍ୟ ବୃଦ୍ଧି ପରେ ଏହି ପ୍ଲାନ୍‌ ମଧ୍ୟ ମହଙ୍ଗା ହୋଇଯାଇଛି। ଏବେ ଏହି ପ୍ଲାନ୍ ପାଇଁ ଆପଣଙ୍କୁ ଅଧିକ ମୂଲ୍ୟ ଦେବାକୁ ପଡ଼ିବ।

ଯଦି ଆପଣ ଭଲ ବାର୍ଷିକ ପ୍ଲାନ୍‌ ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ବହୁତ ଭଲ ବିକଳ୍ପ ସାବ୍ୟସ୍ତ ହେବ। ଆଜି ହିଁ ଆପଣ ଏହାକୁ ଆପଣଙ୍କ ତାଲିକାରେ ସାମିଲ କରିପାରିବେ।

 

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories