www.samajalive.in
Saturday, December 6, 2025
26.1 C
Bhubaneswar

କିଛି ଭୁଲ୍ ହୋଇଥିଲେ କ୍ଷମା କରିବେ; ଜାଣନ୍ତୁ କାହିଁକି ଏମିତି କହିଲେ ନୀତା ଅମ୍ବାନୀ

ସମାଜ ଡିଜିଟାଲ ଡେସ୍କ: ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଛି । ୧୨ରେ ବିବାହ ଓ ୧୩ରେ ଶୁଭ ଆଶୀର୍ବାଦ ଏବଂ ୧୪ରେ ମଙ୍ଗଳ ଉତ୍ସବ (ରିସେପସନ) କାର୍ଯ୍ୟକ୍ରମ ସମାପନ ହୋଇଛି । ଏହି ସମସ୍ତ କାର୍ଯ୍ୟକ୍ରମରେ ଚଳଚ୍ଚିତ୍ର ତାରକାଙ୍କଠାରୁ ଆରମ୍ଭ କରି ବିଶିଷ୍ଟ ଶିଳ୍ପପତିମାନେ ସାମିଲ ହୋଇଥିଲେ । ଏହାସହିତ ଗଣମାଧ୍ୟମ ବନ୍ଧୁମାନେ ମଧ୍ୟ ସାମିଲ ହୋଇଥିଲେ । ଏହି ସମୟରେ ନୀତା ଅମ୍ବାନୀ କ୍ଷମା ପ୍ରାର୍ଥନା କରୁଥିବାର ଏକ ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଖୁବ ଭାଇରାଲ ହେଉଛି । ଏହି ଭିଡ଼ିଓଟି ସମସ୍ତଙ୍କ ହୃଦୟକୁ ଛୁଇଁଛି ମଧ୍ୟ । ବିବାହ କାର୍ଯ୍ୟକ୍ରମରେ ପ୍ରସ୍ତୁତ ହୋଇଥିବା ସେଲଫି ପଏଣ୍ଟ ବା ଗଣମାଧ୍ୟମ ବନ୍ଧୁମାନେ ଫଟୋ ଓ ଭିଡ଼ିଓ ଉତ୍ତୋଳନ ପାଇଁ ଯେଉଁ ସ୍ଥାନରେ ରହିଥିଲେ ନୀତା ଅମ୍ବାନୀ ସେଠାକୁ ଆସି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ନୀତା କହିଛନ୍ତି ଯେ ‘ମୋର ଅନନ୍ତ ଓ ରାଧିକାଙ୍କ ବିବାହ ଉତ୍ସବରେ ଆପଣ ମାନେ ସାମିଲ ହୋଇଥିବାରୁ ଏବଂ ଏତେଦିନ ଧରି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିବାରୁ ଧନ୍ୟବାଦ । ଏହା ବିବାହ ଘର ହୋଇଥିବାରୁ ଯଦି କିଛି ଭୁଲ ହୋଇଯାଇଥିବ ତେବେ କ୍ଷମା କରିବେ । ନୀତା ହାତ ଯୋଡି କ୍ଷମା ପ୍ରାର୍ଥନା କରିଥିଲେ । ନୀତା ଅମ୍ବାନୀଙ୍କ ଏଭଳି କଥା ଶୁଣି ଗଣମାଧ୍ୟମ ବନ୍ଧୁମାନେ ଧନ୍ୟବାଦ ଜଣାଇଥିଲେ । ଏହାସହିତ ନୀତା ଗଣମାଧ୍ୟମ ବନ୍ଧୁଙ୍କ ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରି ନିମନ୍ତ୍ରଣ ମଧ୍ୟ କରିଛନ୍ତି । ସମସ୍ତେ ପରିବାର ସହିତ ସାମିଲ ହେବାକୁ ନୀତା ଅମ୍ବାନୀ ଅନୁରୋଧ କରିଛନ୍ତି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories