ସମାଜ ଡିଜିଟାଲ ଡେସ୍କ: ରତ୍ନଭଣ୍ଡାରରେ ପ୍ରବେଶ ପୂର୍ବରୁ ପୁରୀ ଏସପି ପିନାକ ମିଶ୍ର ଅସୁସ୍ଥ ହୋଇପଡ଼ିଥିବା ଖବର ନିଜେ ଖଣ୍ଡନ କରିଛନ୍ତି ଏସପି। ବାହାର ଭଣ୍ଡାର ଖୋଲାଯିବା ପରେ ଏସପି ମନ୍ଦିର ବାହାରକୁ ଚାଲିଆସିଛନ୍ତି। ବାହାରକୁ ଆସିବା ପରେ ସେ କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଭିତର ରତ୍ନଭଣ୍ଡାର ଖୋଲାଯିବା ପ୍ରଶ୍ନରେ ଏସପି ଉତ୍ତର ଦେଇ କହିଥିଲେ ଯେ, ଏ ସମ୍ପର୍କରେ ସେ କିଛି କହିପାରିବେ ନାହିଁ। ଏସଓପି ଅନୁସାରେ ସବୁ ହେଉଛି। ଟିମ ରତ୍ନଭଣ୍ଡାର ବାହାରକୁ ଆସିବା ପରେ ଉଚ୍ଚ ସ୍ତରୀୟ କମିଟି ସେ ସମ୍ପର୍କରେ ସୂଚନା ଦେବ ବୋଲି କହିଥିଲେ।
Popular Categories



