www.samajalive.in
Friday, December 5, 2025
23.1 C
Bhubaneswar

କିଛି ସମୟ ପରେ ଖୋଲିବ ରତ୍ନଭଣ୍ଡାର: ପହଞ୍ଚିଲା ୬ ସିନ୍ଦୁକ, ମନ୍ଦିର ଭିତରକୁ ଗଲେ ୧୧ ଜଣିଆ ଟିମ୍‌

ସମାଜ ଡିଜିଟାଲ ଡେସ୍କ: ଆଉ କିଛି ସମୟ ପରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏଥିପାଇଁ ମନ୍ଦିରରେ ଆସି ପହଞ୍ଚିଛି ୬ଟି ସିନ୍ଦୁକ। ମୋଟ ୧୫ଟି ସିନ୍ଦୁକ ବରାଦ ହୋଇଥିବାବେଳେ ଆଉ ୯ଟି ସିନ୍ଦୁକ ଖୁବଶୀଘ୍ର ଆସି ପହଞ୍ଚିବ। ରତ୍ନଭଣ୍ଡାରରୁ ଯେଉଁସବୁ ଅଳଙ୍କାର ବାହାରିବ ତାହାକୁ ସିନ୍ଦୁକରେ ରଖାଯିବ। ଏହି ସିନ୍ଦୁକ ଶାଗୁଆନ କାଠରେ ତିଆରି ହୋଇଥିବାବେଳେ ତାହା ଉପରେ ପିତ୍ତଳ ଛାଉଣୀ ଲଗାଯାଇଛି। ୨୦ ଜଣ କାରିଗର ୪୮ ଘଣ୍ଟା ମଧ୍ୟରେ ଏସବୁ ସିନ୍ଦୁକ ତିଆରି କରିଛନ୍ତି।

ଅନ୍ୟପଟେ ରତ୍ନଭଣ୍ଡାର ଖୋଲାଯିବା ଲାଗି ଅପରାହ୍ନ ୧ଟା ୨୮ ମିନିଟକୁ ଶୁଭ ମୁହୂର୍ତ୍ତ ଧାର୍ଯ୍ୟ ହୋଇଛି। ତଦନୁଯାୟୀ, ରତ୍ନଭଣ୍ଡାରରେ ପ୍ରବେଶ କରିବାକୁ ଥିବା ୧୧ ଜଣିଆ ଟିମ ମନ୍ଦିର ଭିତରେ ପ୍ରବେଶ କରିଛନ୍ତି। ଜଷ୍ଟିସ ବିଶ୍ଵନାଥ ରଥଙ୍କ ନେତୃତ୍ଵରେ ଟିମ ମନ୍ଦିର ଭିତରକୁ ଯାଇଛନ୍ତି। ଅନ୍ୟ ସଦସ୍ୟଙ୍କ ମଧ୍ୟରେ ରହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ, ଏଏସଆଇ ଅଧୀକ୍ଷକ, ରତ୍ନଭଣ୍ଡାର ସବ୍ କମିଟିର ଜଣେ ସଦସ୍ୟ, ଉଚ୍ଚସ୍ତରୀୟ କମିଟିର ଦୁଇ ଜଣ ସଦସ୍ୟ, ଗଜପତି ମହାରାଜାଙ୍କ ପ୍ରତିନିଧି, ପାଟ୍ଟଯୋଶୀ ମହାପାତ୍ର, ଭଣ୍ଡାର ମେକାପ, ଚଢାଉ କରଣ ଓ ଦେଉଳ କରଣ ରତ୍ନଭଣ୍ଡାର ଭିତରକୁ ଯିବେ। ଆଜି ଅଳଙ୍କାର ଗଣତି ହେବନି, କେବଳ ରତ୍ନଭଣ୍ଡାର ଖୋଲାଯିବ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories