www.samajalive.in
Monday, December 8, 2025
13.1 C
Bhubaneswar

ଆରଜେଡି ନେତାଙ୍କୁ ଗୁଳି ମାରି ହତ୍ୟା

ପାଟନା : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଜଣେ ନେତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତର ପୁଅକୁ ବୁଧବାର ଲୋକେ ପିଟି ହତ୍ୟା କରିବା ଘଟଣା ବିହାରରେ ଚର୍ଚ୍ଚାର ବିଷୟ ହୋଇଛି। ଦୀପନଗର ଥାନା ଅନ୍ତର୍ଗତ ନାଳନ୍ଦାଠାରେ ମଙ୍ଗଳବାର ଆରଜେଡି ନେତା ଇନ୍ଦାଲ ପାସୱାନଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ତାଙ୍କ ସମର୍ଥକ ଓ ସ୍ଥାନୀୟ ଲୋକେ ଅଭିଯୁକ୍ତ କୁହାଯାଉଥିବା ବ୍ୟକ୍ତିର ପୁଅକୁ ପିଟି ପିଟି ହତ୍ୟା କରିଛନ୍ତି।
ପୁଲିସ୍‍ ସୂଚନା ଅନୁସାରେ ପାସୱାନ ଏକ ଶେଷକୃତ୍ୟ କାର୍ଯ୍ୟକ୍ରମ ସାରି ମଙ୍ଗଳବାର ରାତିରେ ଘରକୁ ଫେରୁଥିବାବେଳେ ବାଟରେ ତାଙ୍କୁ ଗୁଳି ମାରି ହତ୍ୟା କରାଯାଇଥିଲା। ସକାଳେ ଘଟଣାସ୍ଥଳରେ ତାଙ୍କ ସମର୍ଥକ ଓ ସ୍ଥାନୀୟ ଲୋକେ ଏକାଠି ହୋଇଥିଲେ। ଏହି ଗୁଳି କାଣ୍ଡର ଅଭିଯୁକ୍ତ କୁହାଯାଉଥିବା ବ୍ୟକ୍ତିର ଘରେ ପଶି ଲୋକେ ତାର ୧୩ ବର୍ଷର ପୁଅକୁ ନିର୍ଧୁମ ପିଟିଥିଲେ। ପରେ ତାର ଘରେ ନିଅାଁ ଲଗାଇ ଦେଇଥିଲେ। ଅଭିଯୁକ୍ତର ପୁଅକୁ ଗୁରୁତର ଅବସ୍ଥାରେ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାର ମୃତ୍ୟୁ ଘଟିଛି। ପୁଲିସ୍‍ ଦୁଇ ଘଟଣାରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି। ବ୍ୟକ୍ତିଗତ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଭିଆଯାଇଥିବା ପୁଲିସ୍‍ ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି।

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories