www.samajalive.in
Monday, December 8, 2025
27.1 C
Bhubaneswar

ଭଉଣୀର ମୃତଦେହକୁ ୫କି.ମି ଯାଏ କାନ୍ଧରେ ବୋହି ନେଲେ ଦୁଇ ଭାଇ

ଉତ୍ତରପ୍ରଦେଶ: ଭଉଣୀର ଡୋଲିକୁ କାନ୍ଧରେ ଉଠାଇବା ବଦଳରେ ଆଜି ତାର ମର ଶରୀରକୁ କାନ୍ଧରେ ବୋହି ନେଉଛନ୍ତି ଦୁଇ ଭାଇ । ପ୍ରଶାସନର ଅବ୍ୟବସ୍ଥା ଯୋଗୁ ଆଜି ଜଣେ ନାବାଳିକାଙ୍କ ଜୀବନ ଚାଲିଯାଇଛି । ଭଉଣୀର ମୃତଦେହକୁ କାନ୍ଧରେ ଧରି ୫ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ନେଇଥିଲେ ଦୁଇ ଭାଇ । ଭଉଣୀକୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ କାନ୍ଧରେ ବୋହି ମେଡିକାଲ ନେବା ବେଳେ ବାଟରେ ଚାଲିଯାଇଥିଲା ଭଉଣୀର ଜୀବନ । ଏଭଳି ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ଅଞ୍ଚଳରେ । ସ୍ଥାନୀୟ ଅଞ୍ଚଳରେ ଶାରଦା ଓ ଘାଘରା ନଦୀରେ ବନ୍ୟାଜଳ ବଢିବାରୁ ପୂରା ଜିଲାରେ ବିଭୀଷିକା ଖେଳିଯାଇଛି । ଏହାରି ଭିତରେ ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି । ଦୁଇ ଭାଇ ରେଳ ଲାଇନ ନିକଟରେ କାନ୍ଧରେ ଭଉଣୀର ମୃତଦେହକୁ କାନ୍ଦି କାନ୍ଦି ବୋହି ନେଉଥିବା ଦେଖିବାକୁ ମିଳିଛି । କିଛି ବାଟ ଯିବା ପରେ କ୍ଲାନ୍ତ ହୋଇପଡିବାରୁ ମୃତଦେହକୁ ରେଳ ଲାଇନ କଡରେ ରଖି କାନ୍ଦିବାକୁ ଲାଗିଥିଲେ । ମୃତ ଶିବାନୀ ନାବାଳିକା ହୋଇଥିବା ବେଳେ ଯୁକ୍ତ ଦୁଇରେ ପାଠ ପଢୁଥିଲେ ।
ଗତ ଦୁଇ ଦିନ ହେବ ଶିବାନୀ ଟାଇଫଏଡରେ ଆକ୍ରାନ୍ତ ଥିଲେ । ଗାଁରେ ଥିବା ମେଡିକାଲରେ ଚିକିତ୍ସା ହେବା ପରେ ମଧ୍ୟ ଶିବାନୀଙ୍କ ଅବସ୍ଥା ବିଗିଡିବାରେ ଲାଗିଥିଲା । ଉନ୍ନତ ଚିକିତ୍ସା ପାଇଁ ସହରର ମେଡିକାଲକୁ ନେବାକୁ କହିଥିଲେ ଡାକ୍ତର । ହେଲେ ସେହି ସମୟରେ ପ୍ରବଳ ବର୍ଷା ଓ ଝଡତୋଫାନ ଯୋଗୁ ଗାଁରେ ବନ୍ୟାଜଳ ପ୍ରବେଶ କରି ଚାରିଆଡେ ଜଳମଗ୍ନ ହୋଇଥିଲା । ଫଳରେ ଭଉଣୀକୁ ସହରର ମେଡିକାଲକୁ ନେଇପାରି ନ ଥିବାରୁ ଭଉଣୀର ମୃତ୍ୟୁ ହୋଇଥିବା ଭାଇ କହିଛନ୍ତି । ଶୁକ୍ରବାର ସକାଳୁ ଏକ ଡଙ୍ଗା ଯୋଗେ ନଦୀ ପାର ହୋଇ ଭଉଣୀର ମୃତଦେହକୁ ଗାଁକୁ ନେଇ ଯାଉଛି । ତେବେ ପ୍ରଶାସନ ଅବ୍ୟବସ୍ଥା ପାଇଁ ଝିଅର ମୃତ୍ୟୁ ହୋଇଥିବା ଶିବାନୀଙ୍କ ବାପା ଦେବେନ୍ଦ୍ର ଅଭିଯୋଗ କରିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories