www.samajalive.in
Monday, December 8, 2025
27.1 C
Bhubaneswar

ଲାଞ୍ଚ ନେବାବେଳେ ଧରାପଡ଼ି କେନ୍ଦ୍ରୀୟ ଅବକାରୀ ବିଭାଗ ଅଧୀକ୍ଷକ ଗିରଫ

ଡେସ୍କ: କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ – ସିବିଆଇ ବ୍ରହ୍ମପୁର ସ୍ତିତ କେନ୍ଦ୍ରୀୟ ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକଙ୍କୁ ଜିଏସଟି ଫେରସ୍ତ କରିବା ବଦଳରେ ଅଭିଯୋଗକାରୀଙ୍କଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛି। ବ୍ରହ୍ମପୁରର କେନ୍ଦ୍ରୀୟ ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକଙ୍କ ବିରୋଧରେ ଅଭିଯୋଗ ଆଧାରରେ ସିବିଆଇ ଗତ ୯ ତାରିଖରେ ଏକ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ପୂର୍ବରୁ ଅଭିଯୋଗକାରୀଙ୍କୁ ୧.୭୭ ଲକ୍ଷ ଟଙ୍କାର ଜିଏସଟି ଫେରସ୍ତ ପ୍ରକ୍ରିୟା କରିଥିବା ଦର୍ଶାଇ ଏବଂ ପ୍ରାୟ ୩ ଲକ୍ଷ ଟଙ୍କାର ଆଉ ଏକ ଜିଏସଟି ରିଫଣ୍ଡ ସୁରୁଖୁରୁରେ ପ୍ରକ୍ରିୟାକରଣ କରିଥିବା ଦର୍ଶାଇ ୨୦ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା।

ମହାପ୍ରଭୁ ବଳଭଦ୍ର ପଡିବା ଘଟଣା, ଥାନାରେ ଏତଲା

- Advertisement -

ସମ୍ପୃକ୍ତ ଅଧିକାରୀ ୧୫ ହଜାର ଟଙ୍କାର ପ୍ରଥମ କିସ୍ତି ଗ୍ରହଣ କରୁଥିବା ବେଳେ ସିବିଆଇ ହାତରେ ଧରାପଡ଼ିଥିଲେ। ପରେ ସିବିଆଇ ପକ୍ଷରୁ ବ୍ରହ୍ମପୁର ଓ ଭୁବନେଶ୍ୱରରେ ଥିବା ଅଭିଯୁକ୍ତଙ୍କ ବାସଭବନ ଓ ସରକାରୀ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଛି।

ନିଟ୍‌ ପ୍ରଶ୍ନପତ୍ର ଲିକ୍ ମାମଲା: ମୁଖ୍ୟ ଅଭିଯୁକ୍ତ ରକି ଗିରଫ

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories