www.samajalive.in
Sunday, December 7, 2025
15.1 C
Bhubaneswar

ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଏମିତି କହିଲେ ଗୌତମ ଗମ୍ଭୀର

ସମାଜ ଡିଜିଟାଲ ଡେସ୍କ: ଗୌତମ ଗମ୍ଭୀର ହୋଇଛନ୍ତି ଭାରତୀୟ କ୍ରିକେଟ ଦଳ ମୁଖ୍ୟ ପ୍ରଶିକ୍ଷକ । ଗମ୍ଭୀରଙ୍କୁ ମୁଖ୍ୟ କୋଚ୍‍ ଭାବେ ନିଯୁକ୍ତି ଦେଇଥିବା ବିସିସିଆଇ ସମ୍ପାଦକ ଜୟ ଶାହା ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ ଘୋଷଣା କରିଛନ୍ତି । ଜୟ ଶାହା ଲେଖିଛନ୍ତି ଅତ୍ୟନ୍ତ ଆନନ୍ଦର ସହ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ସ୍ୱାଗତ କରୁଛି । ବର୍ତ୍ତମାନ ଯୁଗରେ କ୍ରିକେଟରେ ବହୁତ ପରିବର୍ତ୍ତନ ହୋଇଛି । ଗମ୍ଭୀର ଏହି ପରିବର୍ତ୍ତନକୁ ଅତି ନିକଟରୁ ଦେଖିଛନ୍ତି । ତାଙ୍କ କ୍ରିକେଟ୍‍ କ୍ୟାରିୟରରେ ବିଭିନ୍ନ ଭୂମିକା ସଫଳତାର ସହ ନିର୍ବାହ କରିଛନ୍ତି । ମୋ ହିସାବରେ ଭାରତୀୟ କ୍ରିକେଟକୁ ଆଗେଇ ନେବା ପାଇଁ ଗୌତମ ଗମ୍ଭୀର ହିଁ ଉପଯୁକ୍ତ ବ୍ୟକ୍ତି । ଚଳିତ ମାସ ଶ୍ରୀଲଙ୍କା ବିପକ୍ଷରେ ଧଳାବଲ୍‍ ଶୃଙ୍ଖଳା ସହ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ଗମ୍ଭୀର କାର୍ଯ୍ୟକାଳ ଆରମ୍ଭ କରିବେ । ତେବେ ଗମ୍ଭୀର କେଉଁ ପର୍ଯ୍ୟନ୍ତ ଦାୟିତ୍ୱରେ ରହିବେ ତାହା ଜୟ ଶାହା ସ୍ପଷ୍ଟ କରିନାହାନ୍ତି । ହେଲେ ତାଙ୍କ କାର୍ଯ୍ୟକାଳ ୨୦୨୭ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି । ମୁଖ୍ୟ ପ୍ରଶିକ୍ଷକ ହେବା ପରେ ଜୟ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗମ୍ଭୀର । ଗମ୍ଭୀର କହିଛନ୍ତି ଯେ ଭାରତ ହେଉଛି ପରିଚୟ ଏବଂ ମୋ ଦେଶର ସେବା କରିବା ମୋ ଜୀବନର ସବୁଠାରୁ ବଡ ସୌଭାଗ୍ୟ । ଏକ ନୂଆ ରୂପରେ ଫେରିବା ଗୌରବମୟ ନିଶ୍ଚିତ । କିନ୍ତୁ ମୋର ଲକ୍ଷ୍ୟ ସର୍ବଦା ସମାନ, ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବା ।

- Advertisement -

ଟି-୨୦ ବିଶ୍ୱକପରେ ଭାରତର ବିଜୟ ସହ ରାହୁଲ ଦ୍ରାବିଡଙ୍କ ମୁଖ୍ୟ ପ୍ରଶିକ୍ଷକ କାର୍ଯ୍ୟାକାଳ ଶେଷ ହୋଇ ସାରିଥିବାରୁ ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଲାଗି ରହିଥିଲା । ଏହାପରେ ଟିମ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ହେବା ନେଇ ତାଙ୍କ ନାଁ ଚର୍ଚ୍ଚା ହେଉଥିଲା । ଭାରତୀୟ ଦଳରେ ଗୌତମ ଗମ୍ଭୀରଙ୍କ ଅନେକ ଅବଦାନ ରହିଛି । ୪୩ବର୍ଷ ବୟସ୍କ ଗୌତମ ଗମ୍ଭୀରଙ୍କର କୌଣସି ପ୍ରଶିକ୍ଷଣ ଅଭିଜ୍ଞତା ନାହିଁ । ହେଲେ ସେ ଏକାଧିକ ଆଇପିଏଲ୍‍ ଦଳର ମେଣ୍ଟର ବା ମାର୍ଗଦର୍ଶକ ଭାବେ କାମ କରିଛନ୍ତି । ମୁଖ୍ୟ ପ୍ରଶିକ୍ଷକ ପାଇଁ ଅନେକ ଆଶାୟୀ ଆବେଦନ କରିଥିଲେ । ହେଲେ ଗତ ମାସରେ ବିସିସିଆଇ କ୍ରିକେଟ୍‍ ପରାମର୍ଶଦାତା କମିଟି ଭାରତୀୟ ଦଳର ଦୁଇ ପୂର୍ବତନ ଓପନର ଗୌତମ ଗମ୍ଭୀର ଓ ଡବ୍ଲ୍ୟୁଭି.ରମଣଙ୍କ ସାକ୍ଷାତକାର ନେଇଥିଲା । ଏହାପରେ ଗମ୍ଭୀର ଏହି ପଦ ପାଇଁ ଆଗରେ ରହିଥିଲେ । ଗମ୍ଭୀର ୨୦୧୧ ବିଶ୍ୱକପ ଦଳର ସଦସ୍ୟ ରହିବା ସହ ଦମଦାର ପ୍ରଦର୍ଶନ ସହ ୯୭ରନର ଚମକ୍ରାର ଇନିଂସ ଖେଳିଥିଲେ । ଭାରତୀୟ ଦଳରେ ରହି ୫୮ଟି ଟେଷ୍ଟ ମ୍ୟାଚ ଖେଳି ୪ହଜାର ୧୫୪ ରନ କରିଛନ୍ତି । ଏହାସହିତ ୧୪୭ଟି ଦିନିକିଆ ମ୍ୟାଚ ଖେଳି ୫ହଜାର ୨୩୮ରନ ହାସଲ କରିଛନ୍ତି ଗମ୍ଭୀର । ସେହିପରି ୩୭ଟି ଟି-୨୦ ମ୍ୟାଚ ଖେଳି ୯୩୨ରନ ହାସଲ କରିଛନ୍ତି । ୨୦୦୭ ଟି-୨୦ ବିଶ୍ୱକପ ଫାଇନାଲରେ ପାକିସ୍ତାନ ବିପକ୍ଷରେ ସର୍ବାଧିକ ୭୫ରନ କରିଥିଲେ ଗମ୍ଭୀର ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories