www.samajalive.in
Wednesday, December 10, 2025
26.1 C
Bhubaneswar

ସମାଜରେ ଶାନ୍ତି ପ୍ରତିଷ୍ଠାରେ ଉଭୟ ବିଜ୍ଞାନ ଓ ନୈତିକତାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: କ୍ଲାଉଡ କମ୍ପ୍ୟୁଟିଙ୍ଗ ଆଣ୍ଡ ଡିଷ୍ଟ୍ରିବ୍ୟୁଟେଡ ସିଷ୍ଟମସ୍‌ ଲାବରୋଟରୀ, ମେଲବୋର୍ଣ୍ଣ ୟୁନିଭରସିଟି, ଅଷ୍ଟ୍ରେଲିଆର ନିର୍ଦ୍ଦେଶକ, ବିଶିଷ୍ଟ ବୈଜ୍ଞାନିକ ତଥା ପ୍ରଫେସର ରାଜକୁମାର ବୁୟା ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଆଣ୍ଡ ଟେକ୍ନୋଲୋଜି (ଆଇଆଇଏମଟି) କଣ୍ଟାବାଡ଼, ଭୁବନେଶ୍ୱର ପରିଦର୍ଶନରେ ଆସିଥିଲେ। ସେଠାରେ ସେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କର ଏକ ମେନଣ୍ଟରିଙ୍ଗ ସେସନ୍‌ ନେଇଥିଲେ। ମାନବ ସମାଜରେ ଶାନ୍ତି ପ୍ରତିଷ୍ଠା କରିବାରେ ଉଭୟ ବିଜ୍ଞାନ ଏବଂ ନୈତିକତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସେ କହିଥିଲେ। ବିଜ୍ଞାନ ଯେଉଁଠାରେ ବି ପହଞ୍ଚେ ଭଗବାନଙ୍କ ଉପସ୍ଥିତି ରହିଥାଏ ବୋଲି ବୈଜ୍ଞାନିକ ବିଶ୍ୱାସ କରନ୍ତି। ବୈଜ୍ଞାନିକମାନେ ଭାଗବତ ଗୀତା ଶାନ୍ତି ପ୍ରତିଷ୍ଠା କରି ସମସ୍ତଙ୍କ ମଧ୍ୟରେ ସ୍ନେହ ଓ ପ୍ରେମ ବାଣ୍ଟିଥାଏ ବୋଲି କହିଥାନ୍ତି।

ଏହି ବୈଠକରେ ଅଧ୍ୟକ୍ଷତା କରି ଆଇଆଇଏମଟିର ଚେୟାରମ୍ୟାନ ତଥା ପ୍ରତିଷ୍ଠାତା ପ୍ରଫେସର ଡା ଶ୍ରୀକାନ୍ତ ପଟ୍ଟନାୟକ କହିଛନ୍ତି ଯେ ଭାରତୀୟ ପୁରାଣ ଏକ ଲୋକଙ୍କ ମଧ୍ୟରେ ପାରସ୍ପରିକ ବୁଝାମଣା, ସହଭାଗିତା ଏବଂ ସହଯୋଗର ନୀତି ଅନୁସରଣ କରେ। ଆରମ୍ଭରେ ଅନୁଷ୍ଠାନର ଆସୋସିଏଟ ପ୍ରଫେସର ସୋମା ମିତ୍ର ଅତିଥିଙ୍କୁ ପରିଚିତ କରାଇଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories