ହାଥରସ୍‍ ଘଟଣାରେ ଆସିଲା ଏସଆଇଟି ରିପୋର୍ଟ: ଆୟୋଜକ ଦୋଷୀ, ଭୋଲେ ବାବାଙ୍କ ନାମ ନାହିଁ

ଉତ୍ତରପ୍ରଦେଶ: ଜୁଲାଇ ୨ରେ ହାଥରସ୍‍ ଘଟଣାରେ ରିପୋର୍ଟ ଦାଖଲ କରିଛି ଏସଆଇଟି । ଭୋଲେ ବାବାଙ୍କ ସତସଙ୍ଗରେ ଦଳାଚକଟା ହୋଇ ୧୨୩ଲୋକଙ୍କ ଅକାଳରେ ଜୀବନ ଯାଇଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶରେ ତଦନ୍ତ କରୁଥିବା ଏସଆଇଟି ରିପୋର୍ଟ ଦାଖଲ କରିଛି । ରିପୋର୍ଟରେ ସତସଙ୍ଗ ଆୟୋଜନ କରିଥିବା କମିଟିକୁ ଦାୟୀ କରିବା ସହ ପ୍ରଶାସନର ଭୁଲ ଥିବା ଦର୍ଶାଯାଇଛି । ହେଲେ ରିପୋର୍ଟରେ କେଉଁଠିବି ଭୋଲେ ବାବାଙ୍କ ନାମ ନାହିଁ । ଏହାସହିତ ଅନୁମତି ଠାରୁ ଅଧିକ ଲୋକଙ୍କୁ ଏକତ୍ରିତ କରାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସତସଙ୍ଗ ସ୍ଥଳରେ ସଠିକ୍‍ ବ୍ୟବସ୍ଥା କରାଯାଇନଥିବାରୁ ପ୍ରଶାସନକୁ ଦାୟୀ କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ରିପୋର୍ଟ ପ୍ରଦାନ କରିବ ଏସଆଇଟି । ରିପୋର୍ଟରେ ଯେଉଁମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

 

Comments are closed.