www.samajalive.in
Monday, December 8, 2025
24.1 C
Bhubaneswar

ଆମ ସ୍ବାଭିମାନ, ଓଡ଼ିଆ ଅସ୍ମିତାର ଆରାଧ୍ୟ ଜଗନ୍ନାଥ ବିଷୟ ଉପରେ ଆଲୋଚନାଚକ୍ର

ରେଙ୍ଗାଲିକ୍ୟାମ୍ପ: ଓଡ଼ିଆ ଭାଷା ସାହିତ୍ୟର ଉତ୍ଥାପନ ଓ ଓଡ଼ିଆ ଅସ୍ମିତାର ସ୍ବାଭିମାନକୁ ବଜାୟ ରଖିବା ଦିଗରେ ସର୍ବଦା ପ୍ରୟାସ କରି ଆସୁଥିବା ବରଗଡ଼ ଜିଲ୍ଲା ଲେଖିକା ପରିଷଦ ବର୍ଷ ବର୍ଷ ଧରି ସାପ୍ତାହିକ ଆଲୋଚନା ଚକ୍ରକୁ ନିରବଚ୍ଛିନ୍ନ ଭାବରେ ବଜାୟ ରଖି ଆସିଛି। ରଥଯାତ୍ରା ଅବସରରେ ଓଡ଼ିଆ ଅସ୍ମିତlର ଆରାଧ୍ୟ, ଓଡ଼ିଆର ସ୍ବାଭିମାନ, ଓଡ଼ିଆର ପ୍ରାଣ ଦେବତା ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ତତ୍ତ୍ଵକୁ କେନ୍ଦ୍ର କରି ସନ୍ଧ୍ୟାରେ ପରିଷଦର ସାପ୍ତାହିକ ସାରସ୍ଵତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ସମ୍ପାଦିକା ତପସ୍ଵିନୀ ମହାପାତ୍ରଙ୍କ ଆହ୍ବାନ କ୍ରମେ ଦୁଇ ସପ୍ତାହ ଧରି ଆଲୋକପାତ ପରେ ମାନବାଧିକାର ସୁରକ୍ଷା ସଂଘର ଜାତୀୟ ଯୁବ ସଭାପତି, ପୁରୀ ରଥଯାତ୍ରାର ଉଦ୍ଘୋଷକ ତଥା ପଣ୍ଡିତ ପ୍ରିୟ ପ୍ରସାଦ ମିଶ୍ର ମୁଖ୍ୟ ଆଲୋଚକ ରୂପେ ଯୋଗ ଦେଇ ଶ୍ରୀଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ତତ୍ତ୍ଵ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ପରିଷଦର ଜିଲ୍ଲା ସଭାପତି କବିତା ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଜିଲ୍ଲା ଉପ ସଭାନେତ୍ରୀ ଅନୁସୂୟା ଦେବତାଙ୍କ ସୁନ୍ଦର ଉପକ୍ରମଣିକା ସ୍ଥାନିତ ହୋଇଥିଲା। ଆଲୋଚନା ଚକ୍ରରେ ପରିଷଦର ବାସନ୍ତୀ ଗୁରୁ, ବୃନ୍ଦାବତୀ ମହାପାତ୍ର, ସୁଦ୍ରୁମା ପଣ୍ଡା, ଲୀଳାବତୀ ବେହେରା, ତାରାକାନ୍ତି ପ୍ରଧାନ, କବିତା ସାହୁ, କବିତା ଦେବତା, ରେଣୁକା ଦେବତା, ଦିପାଞ୍ଜଳି ବିଭାର ପ୍ରମୁଖଙ୍କ ସମେତ ବହୁ ସଂଖ୍ୟକ ମହିଳା, ପୁରୁଷ ସାରସ୍ଵତ ସ୍ରଷ୍ଟା ଯୋଗ ଦେଇ କବିତା ପାଠ କରିଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories