www.samajalive.in
Saturday, December 6, 2025
16.1 C
Bhubaneswar

ପଶ୍ଚିମବଙ୍ଗରେ ନିର୍ମାଣ ହେଉଛି ଅବିକଳ ପୁରୀ ଭଳି ଜଗନ୍ନାଥ ମନ୍ଦିର, ପାର୍ଥକ୍ୟ କେବଳ..

ସମାଜ ଡିଜିଟାଲ ଡେସ୍କ: କୁହାଯାଏ ଯେ ପଶ୍ଚିମବଙ୍ଗର ଲୋକଙ୍କ ଜୀବନ ଦାର୍ଜିଲିଂ, ପୁରୀ ଏବଂ ଦୀଘାରେ ରହିଥାଏ। ଦାର୍ଜିଲିଂ ଓ ଦୀଘା ତ ସେଠାରେ ଅଛି, କିନ୍ତୁ ପୁରୀ ଓଡ଼ିଶାରେ ଅଛି। ତେଣୁ ପୁରୀକୁ ଏଠାରେ ସ୍ଥାପନ କରିବା ପାଇଁ ପୂର୍ବ ମିଦନାପୁର ଜିଲାର ଦୀଘାରେ ସମୁଦ୍ର କୂଳରେ ମହାପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ନିର୍ମାଣ କରାଯାଉଛି। ଏହି ମନ୍ଦିର ପୁରୀ ଜଗନ୍ନାଥ ମନ୍ଦିରର ଅନୁରୂପ ହେବ, ଯାହାକି ଭୋଗୀ ବ୍ରହ୍ମପୁର ମଉଜାର ୨୫ ଏକର ଜମିରେ ରାଜସ୍ଥାନର ୪୦୦ କାରିଗରଙ୍କ ଦ୍ଵାରା ୨୦୨୨ ମସିହା ମେ’ ମାସରୁ ନିର୍ମାଣ ଚାଲିଛି। ପ୍ରଥମେ ପୁରୀ ରଥଯାତ୍ରା ଅର୍ଥାତ୍ ଜୁଲାଇ ୭ରେ ଏହାର ଉଦଘାଟନ ହେବାର ଥିଲା, କିନ୍ତୁ ବର୍ତ୍ତମାନ ଏହାକୁ ଘୁଞ୍ଚାଇ ଦିଆଯାଇଛି।

ଏହି ମନ୍ଦିରର ଉଚ୍ଚତା ପୁରୀ ମନ୍ଦିର ପରି ୬୫ ମିଟର ରହିଛି। କଳାକୃତି ଏବଂ ଆକାର ମଧ୍ୟ ଠିକ୍‌ ପୁରୀ ପରି। ପ୍ରତି ବର୍ଷ ଏଠାରେ ରଥଯାତ୍ରା ହେବ। ଦୁଇ ମନ୍ଦିର ମଧ୍ୟରେ କେବଳ ଗୋଟିଏ ପାର୍ଥକ୍ୟ ରହିଛି। ପୁରୀ ମନ୍ଦିରରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ମୂର୍ତ୍ତି କାଠରେ ନିର୍ମିତ ହୋଇଥିବାବେଳେ ଦିଘାରେ ପଥରର ମୂର୍ତ୍ତି ପୂଜା ପାଇବ।

- Advertisement -

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories