www.samajalive.in
Monday, December 8, 2025
20.1 C
Bhubaneswar

ଏବିଭିପି କନ୍ଧମାଳର ନୂତନ ଦାୟିତ୍ୱ ଘୋଷଣା

ଫୁଲବାଣୀ: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡିଶାର ପ୍ରାତ ଅଭ୍ୟାସ ବରଂ -୨ ପକ୍ଷରୁ ଢେଙ୍କାନାଳ ଜିଲ୍ଲାରେ ଚାରି ଦିନ ଧରି ଚାଲିଥିବା ଅଭ୍ୟାସ ବର୍ଗରେ ଓଡ଼ିଶାର ୮ଟି ବିଭାଗ ଓ ୨୩ ଜିଲ୍ଲାର ପ୍ରାୟ ତିନିଶହରୁ ଅଧିକ କାର୍ୟ୍ୟକର୍ତ୍ତା ଉପସ୍ଥିତ ରହି ଶିକ୍ଷା ସ୍ଥିତି, ସାମାଜିକ ସ୍ଥିତି ଓ ସାଂଗଠାନିକ ସ୍ଥିତି ଉପରେ ଆଲୋଚନା ହୋଇଥିଲା। ପରେ ସମସ୍ତ ଜିଲ୍ଲା ଓ ବିଭାଗର ସାଂଗଠାନିକ ଦାୟିତ୍ୱ ରାଷ୍ଟ୍ରୀୟ ନିମନ୍ତ୍ରିତ ସଦସ୍ୟ ଅଧ୍ୟାପକ ଦିଲିପ୍ କୁମାର ଦାସ ଆଗାମୀ ଶିକ୍ଷା ବର୍ଷ ୨୦୨୪-୨୫ ନିମନ୍ତେ ଘୋଷଣା କରିଥିଲେ। କନ୍ଧମାଳ ଜିଲ୍ଲାର ଜିଲ୍ଲା ପ୍ରମୁଖ ଅଧ୍ୟାପକ ସନ୍ତୋଷ କୁମାର ଦଳବେହେରା ହୋଇଥିବା ବେଳେ ବିଦ୍ୟାର୍ଥୀ ପରିଷଦର ପୂର୍ବତନ କାର୍ୟ୍ୟକର୍ତ୍ତା ସୌମ୍ୟ ରଂଜନ ଡାକୁଆ ସହ ପ୍ରମୁଖ ଦାୟିତ୍ଵ ପାଇଛନ୍ତି। ସେହି ପରି ଛାତ୍ର ନେତା ଅମ୍ଳାନ ପଟ୍ଟନାୟକ ଜିଲ୍ଲା ସଂଯୋଜକ, ଛାତ୍ର ନେତା ଆଶୁତୋଷ ବେହେରା ସହ ସଂଯୋଜକ, ଗଂଜାମ ବିଭାଗ ସହ ସଂଯୋଗ ଭାବେ ଦାୟିତ୍ଵ ପାଇଛନ୍ତି କନ୍ଧମାଳ ଜିଲ୍ଲାର ଯୁବ ଛାତ୍ର ନେତା ରୁଦ୍ର ପ୍ରସାଦ ସେଠୀ, ଛାତ୍ରୀ ପ୍ରମୁଖ ସଞ୍ଜନା କହଁର, ବିଭାଗ ଜନଜାତି ପ୍ରମୁଖ ପଦ୍ମାବତୀ କହଁର, ବିଭାଗ ଏସ୍ ଏଫ୍ ଡି ସଂଯୋଜକ ଭାବେ ରଜତ ମହାପାତ୍ର ଦାୟିତ୍ଵ ପାଇଥିବା ବେଳେ ବିଭାଗ ରାଷ୍ଟ୍ରୀୟ କଳା ମଞ୍ଚ ପ୍ରମୁଖ ତ୍ରିଲୋଚନ ଗଣ୍ଡା ହୋଇଛନ୍ତି।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories