www.samajalive.in
Tuesday, December 9, 2025
16.1 C
Bhubaneswar

‘ଭାରତୀୟ ଶିକ୍ଷା ଦେଇ ନୂଆ ପୃଥିବୀ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ

ଫୁଲବାଣୀ: ସ୍ଥାନୀୟ ବିଇଡ଼ି କଲେଜ ପରିସରରେ ‘ଭାରତୀୟ ଶିକ୍ଷା ଦେଇ ନୂଆଁ ପୃଥିବୀ’ ଶୀର୍ଷକ ଆଲୋଚନାଚକ୍ର ରୋଟାରୀ କ୍ଲବ୍‌ ଫୁଲବାଣୀ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ୟୁନିସେଫ /ବିଶ୍ୱବ୍ୟାଙ୍କ୍‌ /ଏନସିଇଆରଟିର ପ୍ରମୁଖ ଶିକ୍ଷା ବିଶେଷଜ୍ଞ ଭାବରେ ସୁନାମ ଅର୍ଜନ କରିଥିବା ଡଃ ବିନୟ ପଟ୍ଟନାୟକ ଯୋଗଦେଇ ନୂଆ ଶିକ୍ଷାନୀତିର ବିଭିନ୍ନ ପ୍ରଭାବଶାଳୀ ଦିଗ ସମ୍ପର୍କରେ ଆଲୋଚନା କରିବା ସହ ଭାରତର ନୂଆ ଶିକ୍ଷାନୀତି ସମଗ୍ର ବିଶ୍ୱ ପାଇଁ ମାର୍ଗଦର୍ଶକ ସାଜିବ ବୋଲି ମତବ୍ୟକ୍ତ କରିଥିଲେ। କଲେଜର ପ୍ରାଧ୍ୟାପିକା ଡଃ ଉଷାରାଣୀ ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ରୋଟାରୀ କ୍ଲବ୍‌ ଫୁଲବାଣୀ ସଭାପତି ବିପ୍ର ଚରଣ ପାତ୍ର, ସଂପାଦକ ବିଜୟ ପଟ୍ଟନାୟକ, ବରିଷ୍ଠ ରୋଟାରିଆନ୍‌ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ସର୍ବେଶ୍ୱର ମିଶ୍ର, ପ୍ରକାଶ ପଣ୍ଡା, ମନୋରଞ୍ଜନ ପଟ୍ଟନାୟକ ଏବଂ ପ୍ରସନ୍ନ ପଣ୍ଡା ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଆଲୋଚନାଚକ୍ର ପ୍ରାରମ୍ଭରେ କଲେଜର ପ୍ରାଧ୍ୟାପକ ଡଃ ଧନଞ୍ଜୟ ସିଂହ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ଆଶୁତୋଷ ମହାନ୍ତି, ରଶ୍ମି ରଞ୍ଜନ ପୁହାଣ, ଅକ୍ଷୟ ସ୍ୱାଇଁ, ଦୋଳଗୋବିନ୍ଦ ସାହୁ ଏ ପ୍ରକାର ଆଲୋଚନା ଅତ୍ୟନ୍ତ ଉପାଦେୟ ବୋଲି ମତବ୍ୟକ୍ତ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories